29.1 C
Bhubaneswar
Saturday, July 27, 2024
Homeଓଡିଶାବିଷ ପିଇ ନାବାଳିକାର ଆତ୍ମହତ୍ୟା

ବିଷ ପିଇ ନାବାଳିକାର ଆତ୍ମହତ୍ୟା

ଭଞ୍ଜନଗର: ତାରସିଂ ଥାନା ଅନ୍ତର୍ଗତ ଜାରଧାର ଗ୍ରାମର ଲକ୍ଷ୍ମଣ ନାଇକଙ୍କ ନାବାଳିକା ଝିଅ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ପ୍ରକାରେ ବାପା ଓ ମା\’ ବିଲକୁ ଯାଇଥିଲେ । ଘରେ ଏକାକୀ ରହିଥିଲା ନାବାଳିକା ଝିଅ । ବିଲରୁ ବାପା ଓ ମା\’ ଫେରିବା ପରେ ଘର ଭିତରେ ଝିଅ ଅଚେତ ଅବସ୍ଥାରେ ପଡ଼ି ରହିଥିଲା । ସେଠାରୁ ଝିଅକୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା । ତାରସିଂ ଥାନା ପୋଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ôଚ ମୃତଦେହକୁ ଜବତ କରିଛି । ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking