17.7 C
Bhubaneswar
Friday, December 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ହେଉଛି କ୍ରୋଧ । ଯେପରି ଅଗ୍ନି କାଠରୁ ଜାତ ହୋଇ ସେହି କାଠକୁ ହିଁ ଦହନ କରିଥାଏ, ସେହିପରି କ୍ରୋଧ ଆମ ଶରୀରରେ ରହି ଶରୀରକୁ ନଷ୍ଟ କରିଦିଏ ।।

ସବୁଠାରୁ ବଡ଼ ସେବା ହିଁ ଜୀବନର ଖୁସିକୁ ଅନ୍ୟର ସାଥିରେ ବାଣ୍ଟିବା । ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ନିଜର ସମସ୍ୟା ଓ ଦୁଃଖର କାରଣ ଅନ୍ୟକୁ ଦୋଷ ଦେଉଥାନ୍ତି, ତେବେ ଜାଣିନିଅନ୍ତୁ ଆପଣଙ୍କର ସମସ୍ୟା ଓ ଦୁଃଖ କେବେ ବି ଦୂର ହେବନାହିଁ ।।

ଭଗବାନ ହାତ ଦେଇଛନ୍ତି ଯେତେବେଳ ଲେଖା ଏମିତି ଲେଖନ୍ତୁ ଯେମିତି ତାକୁ ପଢି, ଆପଣଙ୍କ ଶତ୍ରୁ ବି ଆପଣଙ୍କୁ ପ୍ରେମ କରିବ । ସେହିଭଳି ମସ୍ତିଷ୍କ ଦେଇଛନ୍ତି ବିଚାର କରିବାକୁ,ଏମିତି ବିଚାର କରନ୍ତୁ ଯେ ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରି ଯିବ । ଆଉ ଭଗବାନ ଆମକୁ ମନ ଓ ହୃଦୟ ଦେଇଛନ୍ତି ଭଲ ଚିନ୍ତା କରିବାକୁ, ଆପଣ ଏମିତି ଚିନ୍ତା କରନ୍ତୁ ଯେ ଯେମିତି ପ୍ରତିଟି ପ୍ରାଣୀର ମଙ୍ଗଳରେ ଏ ଧରାପୃଷ୍ଠ ନାଚି ଉଠିବ, ତେବେ ଯାଇ ସିନା ଆପଣ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବେ ।।

ଅଦ୍ଯ ସିଂହ ଦି୧୬ନ, ଭାଦ୍ରବ କୃଷ୍ଣ ଦ୍ବିତୀୟା ଦ୪୬।୨୧ ରାଘ ୧୨।୭,ପୂର୍ବଭାଦ୍ର ଦ୨୫।୪୦ ଦିଘ୩।୫୧,କୁମ୍ଭ ଚନ୍ଦ୍ର ଦ୧୨।୨୧ ଦିଘ ୧୦।୩୧.
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ସିଂହ ଦ୨/୩୧/୧୫ ଇଂଘ୫/୩୪/୫୩ ଗତେ ଉଦୟ।
କୁମ୍ଭ ଦ୧/୫୩/୪୦ ଇଂଘ ୫/୫୮/୫୧ ଗତେ ଅସ୍ତ।

ଯୋଗିନୀ ଉତ୍ତରେ । ରାତ୍ରି ଘ୧୨।୭ ଗତେ ଅଗ୍ନିକୋଣେ । ଯାତ୍ରାଦି ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୫୧ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୩୧ ଗତେ ମୀନ ମେଷ ବୃଷ ମିଥୁନ କନ୍ୟା ତୁଳା ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିର ଘାତବାର । ଦିବା ଘ୮।୪୧ ଗତେ ଘ୧୧।୪୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୧ ଗତେ ଘ୧୦।୧୮ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ ପଶୁ ସନ୍ତାନ ହାନି । ଅନ୍ନ ଓ ତିଳକାଞ୍ଚନ ଦାନ । ଦିବା ଘ୩।୫୧ ଗତେ ରାତ୍ରି ଘ୧୨।୭ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୩।୫୧ ମଧ୍ୟେ ସାତମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତ ବସ୍ତ୍ର ଦାନ ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ । ଦିବା ଘ୧୦।୩୧ ମଧ୍ୟେ ଶରଣ ପଞ୍ଚକ ଦୋଷ ।

(ଅମୃତ) – ଦିବା ଘ୭।୧୧ ମଧ୍ୟେ ଘ୭।୫୯ ଗତେ ଘ୧୦।୨୩ ମଧ୍ୟେ ଘ୧୨।୪୭ ଗତେ ଘ୨।୨୩ ମଧ୍ୟେ ଘ୩।୫୯ ଗତେ ଘ୫।୩୫ ମଧ୍ୟେ ରାତ୍ରି ଘ୭।୩୩ ଗତେ ଘ୯।୯ ମଧ୍ୟେ ଘ୩।୩୫ ଗତେ ଘ୪।୨୧ ମଧ୍ୟେ। (ମାହେନ୍ଦ୍ର) – ରାତ୍ରି ଘ୧୦।୪୫ ଗତେ ଘ୧୧।୩୩ ମଧ୍ୟେ ଘ୪।୨୧ ଗତେ ଘ୫।୩୫ ମଧ୍ୟେ ।

ମେଷ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବୃଷ: ପ୍ରଗତିରେ ଅବରୋଧ ହୋଇପାରେ। କୌଣସି କାମ ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବେ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ।

ମିଥୁନ: ସବୁ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

କର୍କଟ: ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ।

ସି˚ହ: କିଛି ନୂଆ କରିବାକୁ ଭାବିବେ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତିରେ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

କନ୍ୟା: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବଡ଼ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

ତୁଳା: ଭାଗ୍ୟର ସହଯୋଗ ପାଇବେ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରଖନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରୀକ୍ଷାର ପ୍ରସ୍ତୁତି ଲାଗି ଦିନଟି ଭଲ।

ବିଛା: ଆପଣ ଆତ୍ମବିଶ୍ବାସର ସହିତ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆଇନକାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।

ଧନୁ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ ହେଲେ କିଛି କରିପାରିବେ ନାହିଁ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।

ମକର: ଆପଣଙ୍କର ସ୍ବଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଭାବିଥିବା କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

କୁମ୍ଭ: ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ। ପ୍ରେମ ସାଗରରେ ବୁଡ଼ ପକାଇବେ।

ମୀନ: ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଅଚାନକ ଧନଲାଭ ହେବ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking