ସବୁ ଭୁଲ୍ କଷ୍ଟ ଦିଏ ଆଉ ସବୁ କଷ୍ଟ ଗୋଟେ ଶିକ୍ଷା ଦିଏ ଆଉ ସେହି ସବୁ ଶିକ୍ଷା ଆମ ଜୀବନକୁ ବଦଳେଇ ଦିଏ ।
ସମ୍ପର୍କ ଆଉ ଗଛ ଦୁଇଟି ଯାକ ଏକା ପରି,ଲଗେଇ କରି ଯଦି ଭୁଲିଯାଅ ଦୁଇଟି ଯାକ ମଉଳି ଯାଇଥାଏ ।
ସକ୍ଷମ ଲୋକ ନାହିଁ ତ କାହା ଦ୍ୱାରା ତଳେ ପଡନ୍ତି ନା କାହାକୁ ତଳେ ପକାଇବାକୁ ଚେଷ୍ଟା କରନ୍ତି..ମୁହଁରେ ଜବାବ ଦେବା ତାଙ୍କୁ ବି ଜଣା ହେଲେ କାଦୁଅରେ ପଥର ଫିଙ୍ଗି କି ଲାଭ ଭାବି ଚୁପ୍ ରହି ଯାଆନ୍ତି
ଲୋଭ ମଣିଷକୁବହୁତ ତଳକୁ ନେଇଯାଏ,ଆଉ ଅଭାବ ମଣିଷକୁବହୁତ କିଛି ଶିଖାଇଦିଏ ।
ଯିଏ ସବୁବେଳେ କହୁଥାଏ ମୋ ପାଖରେ ସମୟ ନାହିଁ, ବାସ୍ତବରେ ସେ ବ୍ୟସ୍ତ ନୁହେଁ..ଅସ୍ତବ୍ୟସ୍ତ ଅଟେ..ଦୂରେଇ ଯିବାର ସୁନ୍ଦର ବାହାନା ହେଉଛି ବ୍ୟସ୍ତତା ବୋଲି କହିବା..
ସତରେ ଏ ସମୟ ବଡ ଅଜବ ! କାହାକୁ ବି ଅପେକ୍ଷା କରେନା, ନା କାହାକୁ ଖାତିର, ସମୁଦ୍ରର ଢେଉ ଭଳି ନିଜ ଇଛାରେ ଚାଲେ, କେତେବେଳେ ଆଣିଦିଏ ଖୁସି ଆଉ କେତେବେଳେ ଦୁଃଖର ପାହାଡ..ତଥାପି ଜୀବନର ଅନ୍ୟ ନାମ ଦୁଃଖ ଆଉ ସୁଖ ତେଣୁ ଦୁହିଁଙ୍କ ସାଥେ ଚାଲିବାକୁ ହେବ ।
ଜୀବନ ଆରମ୍ଭ ହୁଏ “ସ”ରୁ
“ସ” ରୁ_ ସକଳ,ସକାଳ,ସମୟ,ଶ୍ରଦ୍ଧା ଏହାପରେ “ସ” ରୁ ସାଙ୍ଗ,ସମ୍ପର୍କ ତାପରେ “ସ” ରୁ ସ୍ବାମୀ,ସ୍ତ୍ରୀ,ଶାଶୁ,ଶଶୁର,ଶଳା,ଶାଳୀ ଆଉ ଜୀବନ ଶେଷ ହୁଏ ସେହି “ସ”ରେ ଶ୍ମଶାନରେ ।
ଅଦ୍ୟ ଅଗଷ୍ଟ ମାସ ୩୧ ତାରିଖ ୨୦୨୩ ମସିହା(ଗୁରୁବାର)*
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ପିଙ୍ଗଳ
ଶ୍ରାବଣମାସ- ଶୁକ୍ଲପକ୍ଷ
ତିଥି- ପୂର୍ଣ୍ଣିମା ଦିବା ଘ ୦୭/୨୯ ପର୍ୟ୍ୟନ୍ତ ତଦନ୍ତେ ପ୍ରତିପଦ
ନକ୍ଷତ୍ର- ଶତଭିଶା ସନ୍ଧ୍ୟା ଘ ୦୬/୪୨ ପର୍ୟ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର
ଚନ୍ଦ୍ର- ମକର କୁମ୍ଭ
ଯୋଗ- ସୁକର୍ମା
କରଣ – ବବ
ସୌରମାସ- ସିଂହ ୧୫ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୦୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୧୦
*✧═════•❁❀
ଯୋଗିନୀ ବାୟବ୍ୟେ ଦିବା ଘ୦୭/୨୯ ପର୍ୟ୍ୟନ୍ତ ତଦନ୍ତେ ପୂର୍ବେ
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୫୨ ଗତେ ଘ୦୫/୫୯ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୧/୧୦ଗତେ ଘ୦୨/୫୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୧୨ ମଧ୍ୟେ ଓ ଘ୧୦/୨୩ ଗତେ ଘ୧୨/୪୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପାଣି କଖାରୁ ଭକ୍ଷଣ ନିଷେଧ
═✧══•❁❀❁•═════
✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════✧
ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════✧
କର୍କଟ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════✧
ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════✧
କନ୍ୟା: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════✧
ତୁଳା: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════✧
🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════✧
ଧନୁ: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════✧
ମକର ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════✧
କୁମ୍ଭ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════✧
ମୀନ: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।