25.1 C
Bhubaneswar
Friday, March 1, 2024
Homeଓଡିଶାଆଜିର ଅନୁଚିନ୍ତା.

ଆଜିର ଅନୁଚିନ୍ତା.

ଖଳପ୍ରକୃତି ଠାରୁ ବଳି ପାପ ଏ ଦୁନିଆରେ ନାହିଁ। ଯେ ସତ୍ୟଵାଦୀତା’ର ତପସ୍ୟା କରିବାର ଆବଶ୍ୟକତା ନାହିଁ । ଯାହାର ମନପବିତ୍ର ତାହାର କୋୖଣସି ତୀର୍ଥଯାତ୍ରାର ଆବଶ୍ୟକତା ନାହିଁ । ନିଜର ମହତ୍ତ୍ଵ ଥିଲେ କୋୖଣସି ଅଳଙ୍କାରର ଆବଶ୍ୟକତା ନାହିଁ ।ଉତ୍ତମ ବିଦ୍ୟା ହାସଲ କରିଥିଲେ କୋୖଣସି ଧନର ପ୍ରୟୋଜନ ନାହିଁ। ଅପଯଶ ବା ନିନ୍ଦା ଥିଲେ ମୃତ୍ୟୁର ଆଉ ପ୍ରୟୋଜନ ନାହିଁ । ସେଥିପାଇଁ ଶାସ୍ତ୍ରରେ ଲୋଭକୁ ଦୁର୍ଗୁଣ,ଖଳ ପ୍ରକୃତିକୁ ପାପ, ସତ୍ୟକୁ ତପସ୍ୟା,ପବିତ୍ର ହୃଦୟକୁ ତୀର୍ଥଯାତ୍ରା,ଆତ୍ମମହତ୍ତ୍ଵକୁ ସୁନ୍ଦର ଅଳଙ୍କାର, ଉତ୍ତମ ବିଦ୍ୟାକୁ ମହାଧନ, ନିନ୍ଦାକୁ ମୃତ୍ୟୁ ସହ ତୁଳନା କରାଯାଇଅଛି ତେଣୁ ଶାସ୍ତ୍ର ଅନୁଯାୟୀ ଯଦି ଆମେ ଆମର କର୍ମ କରି କରି ଚାଲିବା ଆମର ପଥ ନିଶ୍ଚିତ କୁସୁମିତ ହେବ ଏଥିରେ କୋୖଣସି ସନ୍ଦେହ ନାହିଁ।।

ସୃଷ୍ଟିର ସ୍ରଷ୍ଠା ହିଁ ଆମର ପୂର୍ବ ଜନ୍ମର ପୁଣ୍ୟ ଓ କର୍ତ୍ତବ୍ୟନିଷ୍ଠାକୁ ଆଧାର କରି ଆମକୁ ପୃଥିବୀ ପୃଷ୍ଟରେ ଶ୍ରେଷ୍ଠ ପ୍ରାଣୀ ହିସାବରେ ଜନ୍ମଦେଇଛନ୍ତି,ଅନ୍ତତଃ ପକ୍ଷେ ସୃଷ୍ଟିର ସ୍ରଷ୍ଠାଙ୍କୁ ସମ୍ମାନ ଦେଇ ଆମେ ଆମର ଶ୍ରେଷ୍ଠ ଓ ଉତ୍କୃଷ୍ଟତାର ପ୍ରମାଣ ଦେବା ଉଚିତ୍ । ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ,ପରୋପକାର, ପରିଶ୍ରମ ମାଧ୍ୟମରେ ଉପାର୍ଜନ , ମାନବ ଧର୍ମକୁ ପ୍ରକୃତ ଧର୍ମ, ଗୁରୁଜନ ମାନଙ୍କୁ ଭକ୍ତି ଓ ଲଘୁଜନ ମାନଙ୍କୁ ସ୍ନେହ, ଯେଉଁଠି ବିଚାରଧାରାର ଅଭାବ ପରିଲକ୍ଷିତ ହେଉଛି ସେଠି ନିଜର ସୁବିଚାର ଓ ମତାମତ ଉପସ୍ଥାପନ ଓ ସୃଷ୍ଟିର ପ୍ରତ୍ୟେକଟି ପ୍ରାଣୀକୁ ସାହାଯ୍ୟ ସହଯୋଗ କରି ପୃଥିବୀର ଶ୍ରେଷ୍ଠ ପ୍ରାଣୀ ହିସାବରେ ଆମେ ନିଜକୁ ଶ୍ରେଷ୍ଠତାର ପରିଚୟ ପ୍ରଦାନ କରିବା ଉଚିତ୍ ।।

ଅଦ୍ୟ ଜୁନ ମାସ ୨୬ ତାରିଖ ୨୦୨୩ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-କପିଳ
ଆଷାଢ଼ମାସ-ଶୁକ୍ଳପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୨/୨୪ ପର୍ୟ୍ୟନ୍ତ ତଦନ୍ତେ ନବମୀ
ନକ୍ଷତ୍ର-ଉତ୍ତରା ଫା ଦିବା ଘ୦୧/୩୯ ପର୍ୟ୍ୟନ୍ତ ତଦନ୍ତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ବ୍ୟତିପାତ
କରଣ – ବିଷ୍ଟି
ସୌରମାସ- ମିଥୁନ ୧୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୯
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୨/୨୧ ପର୍ୟ୍ୟନ୍ତ ତଦନ୍ତେ ପୂର୍ବେ
ବୃଷ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଘ୦୬/୫୧ ଗତେ ଘ୦୮/୩୧ ମଧ୍ୟେ
ବାରବେଳା – ଘ୦୩/୦୫ ଗତେ ଘ୦୪/୪୫ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୩୨ଗତେ ଘ୧୦/୦୨ ମଧ୍ୟେ ଓ ଘ୦୮/୩୧ ଗତେ ଘ୧୨/୪୧ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୪/୦୦ ଗତେ ଘ୦୪/୪୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

✧═════•❁❀❁•════
ଆଜିର ରାଶିଫଳ
✧═════•❁❀❁•════
ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
*✧═════•❁❀❁•════
ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।
✧═════•❁❀❁•════
ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
*✧═════•❁❀❁•════
କର୍କଟ:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
✧═════•❁❀❁•════
ସିଂହ:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
✧═════•❁❀❁•════
କନ୍ୟା:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।
✧═════•❁❀❁•════
ତୁଳା:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
✧═════•❁❀❁•════
ବିଛା:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
✧═════•❁❀❁•════
ଧନୁ:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
✧═════•❁❀❁•════
ମକର:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
✧═════•❁❀❁•════
କୁମ୍ଭ-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
✧═════•❁❀❁•════
ମୀନ:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking