ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ।
ଇର୍ଷା ଆଉ ଅହଙ୍କାର ହେଉଛି ଏକ ମାନସିକ ରୋଗ ଯାହାର ଚିକିତ୍ସା ପ୍ରକୃତି ଏବଂ ସମୟ ନିଶ୍ଚିତ କରିଥାନ୍ତି।
କିଛି ସମ୍ପର୍କ ଭଡା ଘର ପରି ହୋଇଥାଏ,ତାକୁ ଯେତେ ଆଦର କରି ଗଢି ତୋଳିଲେ ବି ସେ କେବେ ବି ନିଜର ହୋଇନଥାଏ।
“କଥା” ମଣିଷର ଜ୍ଞାନର ପରିଚୟ ଦିଏ “କାମ” ମଣିଷର ଯୋଗ୍ୟତାର ପରିଚୟ ଦିଏ ଓ “ବ୍ୟବହାର” ମଣିଷର ବଂଶର ପରିଚୟ ଦିଏ।
ଅଦ୍ଯ ମିଥୁନ ଦି୩ନ,ଚତୁର୍ଦ୍ଦଶୀ ଦ୯।୩୨ ଦିଘ୯।୦,ରୋହିଣୀ ଦ୨୯।୧୯ ଦିଘ୪।୫୫,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୦/୧୨/୪୦ ଇଂଘ ୫/୧୧/୨୨ ଗତେ ଉଦୟ।
ଧନୁ ଦ୦/୧୫/୧୨ ଇଂଘ ୬/୨୨/୩୦ ଗତେ ଅସ୍ତ ।
ଯୋଗିନୀ ପଶ୍ଚିମେ । ଦିବା ଘ୯।୦ ଗତେ ଐଶାନ୍ୟେ । ଯାତ୍ରା ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୪।୫୫ ଗତେ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୬।୫୦ ମଧ୍ୟେ ଘ୪।୪୪ ଗତେ ଘ୬।୨୩ ମଧ୍ୟେ କାଳବେଳା । ଘ୧।୨୬ ଗତେ ଘ୩।୫ ମଧ୍ୟେ ବାରବେଳା । ରାତ୍ରି ଘ୭।୪୪ ମଧ୍ୟେ ଘ୩।୫୦ ଗତେ ଘ୫।୧୧ ମଧ୍ୟେ କାଳରାତ୍ରି । ମୃତେ ପାଷ । ଫଳଂ କୃଷି ହାନି ଓ ଭୂମି ଦାନ । ଅମାବାସ୍ୟାର ସାମ୍ବସ୍ଥରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ଅଦ୍ୟ ଚନ୍ଦ୍ରକ୍ଷୟ, ନିଶିପାଳନ, ନଷ୍ଟ ଚନ୍ଦ୍ରାପବାସ ଓ ହଳ ନିଷେଧ । ମାଷ (ବିରି) ଦିବା ଘ୯।୦ ଗତେ ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ଓ ମାଂସ ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୨।୪୭ ଗତେ ଘ୫।୧୧ ମଧ୍ୟେ ରାତ୍ରି ଘ୭।୧୧ ଗତେ ଘ୭।୫୯ ମଧ୍ୟେ ଘ୧୧।୫୯ ଗତେ ଘ୨।୨୩ ମଧ୍ୟେ ଘ୩।୫୯ ଗତେ ଘ୫।୧୧ ମଧ୍ୟେ।(ମହେନ୍ଦ୍ର) ଦିବା ଘ୫।୫୯ ମଧ୍ୟେ ଘ୯।୧୧ ଗତେ ଘ୧୧।୩୫ ମଧ୍ୟେ ।
ମେଷ: ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।
ବୃଷ: ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।
ମିଥୁନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ସୂଚନା ମିଳିବ।
କର୍କଟ: ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ପ୍ରେମରେ ସଫଳ ହେବେ।
ସି˚ହ: ମିତ୍ରଙ୍କ ସହାୟତାରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।
କନ୍ୟା: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣକରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।
ତୁଳା: ମଉଜ ମଜଲିସ ଲାଗି ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ।
ବିଛା: ଅନ୍ୟ ଉପରେ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।
ଧନୁ: ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି।
ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ସଫଳ ହେବେ।
କୁମ୍ଭ: ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ।
ମୀନ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆଶା ପୂରା କରିବାରେ ସଫଳ ହେେବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।.