28.1 C
Bhubaneswar
Sunday, September 29, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ସ୍ୱାର୍ଥ” ଓ “ସମୟ” କେବେ ପଛକୁ ଦେଖନ୍ତି ନାହିଁ ,ସ୍ୱାର୍ଥ ସବୁବେଳେ ବଢି ବଢି ଚାଲେ ତାହାର କୌଣସି ଅନ୍ତ ନଥାଏ ଯେତେ ମିଳିଲେ ମଧ୍ୟ କେବେ ଆନନ୍ଦ ଓ ସୁଖ ଅନୁଭବ ହୁଏ ନାହିଁ,ଯଦି ଆମେ ସ୍ୱାର୍ଥର ସହ ସମୟ ଅତିବାହିତ କରିବା ତାହେଲେ ସମୟ ମଧ୍ୟ ଦୁଃଖଦାୟୀ ହୋଇଥାଏ,ଅପର ପକ୍ଷରେ ସମୟର ଅନ୍ତ ଥିଲାବେଳେ “ସମୟ” ସ୍ୱାର୍ଥରେ ହାସଲ କରିଥିବା ବସ୍ତୁ ଅଥବା ପଦବୀ ଆଦିକୁ ଚିରନ୍ତନ ସାଥିରେ ରଖେଇ ଦେଇନଥାଏ, ଯଦି ଆମେ ନିଃସ୍ଵାର୍ଥପର ହିସାବରେ କର୍ତ୍ତବ୍ୟ ପରାୟଣ ହୋଇ ଜୀବନଯାପନ କରିବାପାଇଁ ଇଚ୍ଛା ବ୍ୟକ୍ତ କରିବା ତାହେଲେ ହିଁ ସମୟ ଆପେ ଆପେ ଆନନ୍ଦମୟ ଓ ସୁଖଦାୟୀ ହୋଇଯିବ ।
ଏ ଦୁନିଆଁ ଅମର ନୁହେଁ,ସ୍ଥାୟୀ ନୁହେଁ,ସଦାଚଚଂଳ,ଗତିଶୀଳ।କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ।ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ ।ଏଣୁ ଖରାପ କାମ କରିବା,ଅସତ ପଥରେ ଚାଲିବା,କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ।ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ।।

ଅଦ୍ୟ ଜୁନ ମାସ ୧୪ ତାରିଖ ୨୦୨୩ ମସିହା(ବୁଧବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-କପିଳ

ଆଷାଢ଼ମାସ-କୃଷ୍ଣପକ୍ଷ

ତିଥି- ଏକାଦଶୀ ଦିବା ଘ୦୯/୧୦ ପର୍ୟ୍ୟନ୍ତ ତଦନ୍ତେ ଦ୍ୱାଦଶୀ

ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୨/୩୭ ପର୍ୟ୍ୟନ୍ତ ତଦନ୍ତେ ଦ୍ଵିଜା

ଚନ୍ଦ୍ର- ମେଷ

ଯୋଗ- ଶୋଭନ

କରଣ – ବାଳବ

ସୌରମାସ- ବୃଷ ୩୧ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୦୧

*✧═════•❁❀

ଯୋଗିନୀ ଅଗ୍ନିକୋଣେ ଦିବା ଘ୦୯/୧୦ ପର୍ୟ୍ୟନ୍ତ ତଦନ୍ତେ ନୈଋତେ

ମେଷ ରାଶିର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର

ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା – ଦିବା ଘ୦୮/୨୭ ଗତେ ଘ୧୦/୦୯ ମଧ୍ୟେ

ବାରବେଳା – ଘ୧୦/୩୭ ଗତେ ଘ୦୧/୨୮ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୫ ଗତେ ଘ୦୮/୨୬ ମଧ୍ୟେ ଓ ଘ୦୧/୩୦ଗତେ ଘ୦୪/୨୪ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ ଶିମ୍ବ ଦିବା ଘ୦୯/୧୦ ଗତେ ପୋଇ ଭକ୍ଷଣ ନିଷେଧ

* ଆଜିର ରାଶିଫଳ*

✧═════•❁❀❁•═════✧

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।

✧═════•❁❀❁•═════✧

ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

✧═════•❁❀❁•═════✧

ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।

✧═════•❁❀❁•═════✧

କର୍କଟ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।

✧═════•❁❀❁•═════✧

ସି˚ହ: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।

✧═════•❁❀❁•═════✧

କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

✧═════•❁❀❁•═════✧

ତୁଳା : ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।

✧═════•❁❀❁•═════✧

ବିଛା: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।

✧═════•❁❀❁•═════✧

ଧନୁ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

✧═════•❁❀❁•═════✧

*ମକର
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*

✧═════•❁❀❁•═════✧

କୁମ୍ଭ ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।

✧═════•❁❀❁•═════✧

ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking