36.1 C
Bhubaneswar
Saturday, May 18, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ବଡ଼ ଆଶ୍ଚର୍ଯ୍ୟ କରିଲା ଭଳି କଥା ଏହା ଯେ ମନ୍ଦିର ମସଜିଦ ଆଦିରେ ଗରିବ ଭିକାରୀଟି ମନ୍ଦିର ବାହାରେ ସର୍ବ ସମ୍ମୁଖରେ ଭିକ ମାଗେ ଓ ଧନୀଟି ମନ୍ଦିର ଭିତରେ ।
ଦୁନିଆର ବିଚିତ୍ର ଓ କଠୋର ସତ୍ୟ ଏହା ଯେ ବିବାହ ଉତ୍ସବରେ ବରଯାତ୍ରୀ ଆଗେ ଆଗେ ଓ ବର ସମସ୍ତଙ୍କ ପଛରେ ଯାଏ,କିନ୍ତୁ ଶବ ଶୋଭାଯାତ୍ରାରେ ଶବ ଆଗେ ଆଗେ ଓ ସମସ୍ତେ ପଛରେ ଥାଆନ୍ତି ଏହାର ଅର୍ଥ ଏହା ଯେ ଦୁନିଆ ସଦା ସର୍ବଦା ସୁଖର ସାଥି ଦୁଃଖର ନୁହଁ।
ଅଜବ ଏ ଦୁନିଆ ଅଜବ ତାର ଖେଳ👉ଲୋକ ମାନେ ଏଠି ମୃତ ବ୍ୟକ୍ତିଙ୍କୁ ମହମବତୀ ଜଳାଇ ମନେ ପକାନ୍ତି ତ !! ଜନ୍ମଦିନରେ ମହମବତୀ ଲିଭାଇ ଖୁସି ପାଳନ କରନ୍ତି।

ଅଦ୍ଯ ବୃଷ ଦି୨୭ନ,ସପ୍ତମୀ ଦ୨୩।୨୦ ଦିଘ ୨।୩୦,ଶତଭିଷା ଦ୨୮।୪୯ ଦିଘ ୪।୪୨,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ.

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୪/୦୪/୨୦ ଇଂଘ ୫/୧୦/୨୯ ଗତେ ଉଦୟ।
ବିଛା ଦ୪/୩୧/୨୦ ଇଂଘ ୬/୨୦/୩୫ ଗତେ ଅସ୍ତ ।

*ଯୋଗିନୀ ବାୟବ୍ୟେ । ଦିବା ଘ୨।୩୦ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୪।୪୨ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ବୃଷ ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୬।୪୯ ମଧ୍ୟେ ଘ୪।୪୩ ଗତେ ଘ୬।୧୧ ମଧ୍ୟେ କାଳବେଳା ଓ ବାରବେଳା । ରାତ୍ରି ଘ୭।୪୩ ମଧ୍ୟେ ଘ୩।୪ ଗତେ ଘ୫।୧୦ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୨।୩୦ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୪।୪୨ ଗତେ ଦ୍ବିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୪।୪୨ ଗତେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ଓ ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ । ତାଳ ଦିବା ଘ୨।୩୦ ଗତେ ନାରିକେଳ ଭକ୍ଷଣ ନିଷେଧ । ଶରଣଂ ।
(ଅମୃତ) – ଦିବା ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ ରାତ୍ରି ଘ୮।୪୫ ମଧ୍ୟେ ଘ୧।୩୩ ଗତେ ଘ୩।୫୭ ମଧ୍ୟେ ଘ୪।୪୫ ଗତେ ଘ୫।୧୦ ମଧ୍ୟେ । (ମାହେନ୍ଦ୍ର) -ଦିବା ଘ୫।୫୮ ଗତେ ଘ୬।୪୬ ମଧ୍ୟେ ଘ୯।୧୦ ଗତେ ଘ୯।୫୮ ମଧ୍ୟେ ।

ମେଷ:ଆଜି ପ୍ରିୟ ଜନଙ୍କର ସାକ୍ଷାତ ମିଳିବ।ଦୂର ଯାତ୍ରାର ସୁଯୋଗ ମିଳି ପାରେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆପଣଙ୍କ ଠାରୁ କର୍ତ୍ତୃପକ୍ଷଙ୍କର ବହୁତ ଆଶା ରହିବ।

ବୃଷ: ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଆଶାଠୁଁ ଅଧିକ ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ପ୍ରଶଂସା ମିଳିବ। ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ଯୋଜନା ତିଆରି କରି ଲାଗୁ କରିବାକୁ ଚେଷ୍ଟା କରିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। କମ୍ ପରିଶ୍ରମରେ ଉଚ୍ଚ ପଦକୁ ଉନ୍ନୀତ ହୋଇପାରନ୍ତି।

ସିଂହ: ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ କରିବେ। ଆପଣଙ୍କ ସଫଳତା ମାର୍ଗରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ଠିକ୍ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଧର୍ମଗ୍ରନ୍ଥ ଆଦି କିଣି ପାରନ୍ତି। ଆର୍ଥିକ ଲାଭର ସମ୍ଭାବନା ରହିଛି।

ତୁଳା: ଘରେ ବଡ଼ଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ।

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ। ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। କଳା ଛାତ୍ରଙ୍କ ଲାଗି ଦିନଟି ଶୁଭ।

ଧନୁ: କରିଆସୁଥିବା କାମରେ ଭଲ ପରିଣାମ ପାଇବେ। ପଦୋନ୍ନତର ସମ୍ଭାବନା ରହିଛି। ରାଜନୀତିରେ ସଫଳତା ପାଇବେ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ।

ମକର: ସହକର୍ମୀଙ୍କ ସହିତ ତର୍କବିତର୍କ ହୋଇପାରେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ: ଜୀବନସାଥୀଠୁଁ ଭଲ ଖବର ଶୁଣିବେ। ଘରେ ଖୁସିର ପରିବେଶ ରହିବ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଲେଖକଙ୍କୁ ଖ୍ୟାତି ମିଳିବ।

ମୀନ: କାରବାର ବୃଦ୍ଧି ପାଇଁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking