28.1 C
Bhubaneswar
Tuesday, June 17, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଇର୍ଷା ଏଭଳି ଏକ ଗୁଣ ଯାହା ମନୁଷ୍ୟକୁ ବିନା ଅଗ୍ନିରେ ମଧ୍ୟ ଜାଳି ପୋଡି ନଷ୍ଟ କରିଦିଏ ତେଣୁ ସଦା ଅନ୍ୟର ପଦ,ପଦବୀ, ଧନରତ୍ନ,ପ୍ରତିଷ୍ଠା ଦେଖି ଖୁସି ହୁଅନ୍ତୁ । ତାଙ୍କୁ ଶୁଭେଚ୍ଛା ଜଣାନ୍ତୁ । ତାଙ୍କ ପରି ଯୋଗ୍ୟ ହେବା ନିମନ୍ତେ ଉଦ୍ୟମ କରନ୍ତୁ । ଯଦି ସେ ଅହଂକାରୀ ନମ୍ରତା ଦ୍ବାରା ତାଙ୍କୁ ସତ୍କାର କରନ୍ତୁ । ତାଙ୍କର ସଫଳତାକୁ ନିଜର ବୋଲି ମନେ କରନ୍ତୁ । ତାହା ହେଲେ ଯାଇ ହୃଦୟରେ ଇର୍ଷା ଆପେ ଆପେ ଲିଭିଯିବ ବିଳମ୍ବରେ ହେଲେ ସୁଦ୍ଧା ପ୍ରେମ ଓ ସତ୍ୟର ହିଁ ସଦା ବିଜୟ ହୋଇ ଥାଏ ।

ଏ ଜୀବ ଜଗତର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ,ଆଉ ସେହି ମନୁଷ୍ୟକୁ ଈଶ୍ୱର ସୁନ୍ଦର ହସ୍ତ ଦେଇଛନ୍ତି ଏମିତି କିଛି ଲେଖିବାକୁ ଯେମିତି ତାକୁ ପଢି, ଶତ୍ରୁ ବି ଆମକୁ ପ୍ରେମ କରିବ । ସୁନ୍ଦର ମସ୍ତିଷ୍କ ଦେଇଛନ୍ତି ଏପରି କିଛି ବିଚାର କରିବାକୁ ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରି ଯିବ । ସୁନ୍ଦର ମନ ଓ ହୃଦୟ ଦେଇଛନ୍ତି ସଦାସର୍ବଦା ଅନ୍ୟର ଭଲ ଚିନ୍ତା କରିବାକୁ ଯେମିତି ପ୍ରତିଟି ପ୍ରାଣୀର ଖୁସିରେ ଏ ଧରା ନାଚି ଉଠିବ, ତେବେ ଯାଇ ସିନା ଆମେ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବା ।
ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ ।

ଅଦ୍ଯ ବୃଷ ଦି୨୦ନ,ଚତୁର୍ଦ୍ଦଶୀ ଦ୧୪।୪୮ ଦିଘ ୧୧।୬,ବିଶାଖା ଦ୩୫।୬ ଦିଘ୬।୪୫,ବିଛା ଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବୃଷ ଦ୨/୫୬/୪୦ ଇଂଘ ୫/୧୦/୪୨ ଗତେ ଉଦୟ।
ବିଛା ଦ୩/୧୬/୪୦ ଇଂଘ ୬/୧୮/୦୬ ଗତେ ଅସ୍ତ।

ଯୋଗିନୀ ପଶ୍ଚିମେ । ଦିବା ଘ୧୧।୬ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୬।୪୫ ଗତେ ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୬।୪୮ ମଧ୍ୟେ ଘ୪।୪୦ ଗତେ ଘ୬।୧୯ ମଧ୍ୟେ କାଳବେଳା । ଘ୧।୨୪ ଗତେ ଘ୩।୨ ମଧ୍ୟେ ବାରବେଳା । ରାତ୍ରି ଘ୭।୪୦ ମଧ୍ୟେ ଘ୩।୪୮ ଗତେ ଘ୫।୧୦ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ । ଦିବା ଘ୬।୪୫ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାଷ(ବିରି) ଦିବା ଘ୧୧।୬ ଗତେ ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା, ଉପବାସ, ବ୍ରତ । ଅର୍ଘ୍ୟଦାନ ଓ ବନ୍ଦାପନା ।

(ଅମୃତ)– ଦିବା ଘ୨।୪୬ ଗତେ ଘ୫।୧୦ ମଧ୍ୟେ ରାତ୍ରି ଘ୭।୭ ଗତେ ଘ୭।୫୫ ମଧ୍ୟେ ଘ୧୧।୫୫ ଗତେ ଘ୨।୧୯ ମଧ୍ୟେ ଘ୩।୫୫ ଗତେ ଘ୫।୧୦ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୫।୫୮ ମଧ୍ୟେ ଘ୯।୧୦ ଗତେ ଘ୧୧।୩୪ ମଧ୍ୟେ ।

ମେଷ:ଆଜି କରିଆସୁଥିବା ପ୍ରୟାସର ଫଳ ପାଇବେ। ଆପଣଙ୍କୁ ନେତୃତ୍ବ ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ।

ବୃଷ: ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ନୂଆ ଜମି କିଣିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବରିଷ୍ଠ ଓକିଲଙ୍କ ପରାମର୍ଶ ଭଲ ପ୍ରମାଣିତ ହେବ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଞ୍ଚି ପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।

କକର୍ଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଚାରିପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ।

କନ୍ୟା: ପୂର୍ବ ନିବେଶରୁ ଲାଭ ହେବ। ରାଜନେତାଙ୍କ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ।

ତୁଳା:ଆଜି ଦୂର ଯାତ୍ରାର ସମ୍ଭାବନା ରହିଛି। ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ଅଧୁରା କାମ ପୂରା କରିବା ଲାଗି ଭଲ ଦିନଟିଏ। ସ୍ବାସ୍ଥ୍ୟ ଠିକ୍ ରହିବ।

ବିଛା: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଜୀବନସାଥୀ ସହିତ ମନୋମାଳିନ୍ୟ ଦୂର ହୋଇଯିବ। ସ୍ଥଗିତ କାମ ନେଇ ନୂଆ ମନ୍ତବ୍ୟ ମିଳିବ।

ଧନୁ: ଦୀର୍ଘ ଦିନର ବାଧା ଦୂର ହେବ। ଘର ଲୋକଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।

ମକର: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନିଜ କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

କୁମ୍ଭ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସଫଳତା ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ।

ମୀନ: ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ମଉକା ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ। କଠିନ ବିଷୟ ନେଇ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking