27.1 C
Bhubaneswar
Thursday, December 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“କାହାକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡ଼େ . ଏହା ହିଁ ନିରାଟ ସତ୍ୟ !!”

“ଅନ୍ୟକୁ ବଦଳେଇବା ପାଇଁ ବାରମ୍ବାର ଚେଷ୍ଟାକରି ଆପଣ ବିଫଳ ହେବା ଅପେକ୍ଷା ନିଜେ ବଦଳି ଯିବା ଶତଗୁଣ ଭଲ ହୋଇପାରେ !!”

“ନିଷ୍ପତ୍ତି ନେଉଥବା ମୁହୂର୍ତ୍ତଟିକୁ ଜୀବନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ , କାହିଁକିନା ଏହା ଏମିତି ଏକ ମୁହୂର୍ତ୍ତ ଯାହା ଭାଗ୍ୟର ଆକୃତି ତିଆରି କରିଥାଏ , ତେଣୁ ନେଉଥିବା ନିଷ୍ପତ୍ତି ସବୁବେଳେ ଭାବିଚିନ୍ତି ନିଅନ୍ତୁ !!”

“ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ କେହି ବି ସବୁଦିନ ଶତୃ ବା ମିତ୍ର ହୋଇ ରହିନଥାନ୍ତି . ଆଜି ଯିଏ ଭଲ ଆସନ୍ତାକାଲି ଖରାପ , ତା’ପରଦିନ ପୁଣି ଭଲ . ସେଥିପାଇଁ ଆମେ ଯଦି ସେସବୁକୁ ଧ୍ୟାନ ନ ଦେଇ ନିଜ ହିସାବରେ ରହିବା ତାହେଲେ ଜୀବନର ପଥ ସୁଗମ ହୋଇପାରିବ !!”

ଅଦ୍ଯ ମୀନ ଦି୨୨ନ,ଚତୁର୍ଦ୍ଦଶୀ ଦ୯।୪୦ ଦିଘ୯।୩୩, ଉତ୍ତରାଫାଃ ଦ୧୬।୨୫ ଦିଘ୧୨।୧୫, କନ୍ୟା ଚନ୍ଦ୍ର ଦ୬୦ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମୀନ ଦ୨/୩୯/୪୩ ଇଂଘ୫/୪୧/୦୮ ଗତେ ଉଦୟ।
କନ୍ୟା ଦ୩/୪୨/୨୦ ଇଂଘ ୫/୫୮/୨୦ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ଦିବା ଘ୯।୩୩ ଗତେ ବାୟବ୍ୟେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୨୫ ଗତେ ଚିତ୍ରା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ବୃଷ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର ।ଦିବା ଘ୮।୪୫ ଗତେ ଘ୧୦।୧୭ ମଧ୍ୟେ କାଳବେଳା । ଘ୧୧।୪୯ ଗତେ ଘ୧।୨୧ ମଧ୍ୟେ ବାରବେଳା । ରାତ୍ରି ଘ୨।୪୪ ଗତେ ଘ୪।୧୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧୨।୧୫ ମଧ୍ୟେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମାଷ(ବିରି) ଦିବା ଘ୯।୩୩ ଗତେ ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରପୂଜା, ଉପବାସ, ବ୍ରତ ।

*(ଅମୃତ) – ଦିବା ଘ୭।୧୭ ମଧ୍ୟେ ଘ୧୨।୫ ଗତେ ଘ୧।୪୧ ମଧ୍ୟେ ରାତ୍ରି ଘ୬।୪୭ ଗତେ ଘ୯।୧୧ ମଧ୍ୟେ ଘ୧।୫୧ ଗତେ ଘ୫।୪୧ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୫୦ ଗତେ ଘ୫।୪୧ ମଧ୍ୟେ ରାତ୍ରି ଘ୯।୧୧ ଗତେ ଘ୧୦।୪୭ ମଧ୍ୟେ
ରାଶି ଫଳ
🌹ମେଷ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ବୁଝି ବିଚାରି ସମସ୍ୟାର ସମାଧାନ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ।

🌹ବୃଷ: ଆପଣଙ୍କ ମସ୍ତିଷ୍କକୁ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ସମ୍ଭାବନା ଅଛି। ଖର୍ଚ୍ଚ ବଢ଼ିବ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ।

🌹ମିଥୁନ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶତ୍ରୁ ଦବି ରହିବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ‌।

🌹କର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

🌹ସିଂହ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ଠିକ୍ ରହିବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁ ଆସିବେ।

🌹କନ୍ୟା: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ନିଜର ଦାୟିତ୍ବ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ।‌

🌹ତୁଳା: ଆପଣ ଯାହା ଚାହିବେ ତାହା ହାସଲ କରିପାରିବେ। ପରିବାରିକ ଜୀବନ ସୁଖକର ହେବ। ବ୍ୟବସାୟରେ ସ୍ଥିରତା ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗି ନ ପାରେ।

🌹ବିଛା: ଅଫିସ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

🌹ଧନୁ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅଭିଜ୍ଞତା ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ କୌଶଳ ଗ୍ରହଣ କରନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ହେବ।

🌹ମକର: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଘରୋଇ ଖର୍ଚ୍ଚ କମିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।

🌹କୁମ୍ଭ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

🌹ମୀନ: ପରିସ୍ଥିତି ଅତୀତର ପ୍ରସଙ୍ଗକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ଘରୋଇ ପରିବେଶ ଭଲ ରହିବ।.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking