ଆପଣ ସର୍ବଦା ଅନ୍ୟମାନଙ୍କୁ କଥା କହିବା ସମୟରେ ନିଜର ସ୍ବରକୁ କେବେ ହେଲେ ଉଚ୍ଚ କରନ୍ତୁ ନାହିଁ,ବରଂ ନିଜ ବ୍ୟକ୍ତିତ୍ବକୁ ଏପରି ଉଚ୍ଚ କରନ୍ତୁ ,ଯେପରି ଅନ୍ୟମାନେ ସର୍ବଦା ଆପଣଙ୍କ କଥା ଶୁଣିବାକୁ ଅପେକ୍ଷା କରିବେ।
ଯିଏ ଗୁରୁଜନଙ୍କୁ ସଦା ସମ୍ମାନ କରେ, ତାଙ୍କୁ ଦେଖିଲେ ନମ୍ରତାରେ ମୁଣ୍ଡ ନୁଆଁଇ ଦିଏ, ତାଙ୍କୁ ଶ୍ରେଷ୍ଠ ବୋଲି ହୃଦୟରେ ସ୍ଥାନ ଦିଏ, ସେ କନିଷ୍ଠ ହେଲେ ମଧ୍ୟ ଜ୍ୟେଷ୍ଠ ମାନେ ତାକୁ ଶ୍ରେଷ୍ଠତାର ସିଡ଼ିରେ ଉପରକୁ ଉଠାଇବାର ଭାବନା ମନରେ ପୋଷଣ କରନ୍ତି।
ବିଚାର ଏବଂ ଜଳ ସବୁବେଳେ ସ୍ଵଚ୍ଛ ହେବା ଦରକାର କାହିଁକିନା ଦୂଷିତ ଜଳ ସ୍ୱାସ୍ଥ୍ୟ ଖରାପ କରି ଦିଏ ଏବଂ ଦୂଷିତ ବିଚାର ଜୀବନ ନଷ୍ଟ କରି ଦିଏ ।
କର୍ମର ସରଳ ନିୟମ — ଯାହା ଦେବେ, ତାହା ପାଇବେ। ଅସତ୍ କର୍ମରୁ ଦୁଃଖ ଜନ୍ମେ, ସତ୍ କର୍ମରୁ ଶାନ୍ତି ଓ ସଫଳତା ଆସେ।
କିଛି ଲୋକ ନିଜର କ୍ଷମତାକୁ ନେଇ ଅହଂକାର କରନ୍ତି… ନିଜକୁ ବଡ ବୋଲି ଭାବନ୍ତି….
କିନ୍ତୁ
ସେମାନଙ୍କୁ ଏହା ଜଣା ନଥାଏ ଫୁଲର ସୌରଭ ଆଉ ମଣିଷର ଗର୍ବ ବେଶି ଦିନ ରହେ ନାହିଁ….
ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ ।
ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ ।
ଯାହାର ହୃଦୟ ସୁନ୍ଦର ଓ ପବିତ୍ର ଥାଏ ତାକୁ ସଂସାରର ପ୍ରତ୍ୟେକଟି ଜିନିଷ ସୁନ୍ଦର ଲାଗିଥାଏ, ଆଉ ଯାହାର ଭାବନା ଏବଂ ବିଚାର ଅସୁନ୍ଦର ତାକୁ ସଂସାରର ପ୍ରତ୍ୟେକଟି ସୁନ୍ଦର ଜିନିଷ ମଧ୍ୟ ଅସୁନ୍ଦର ଦେଖାଯାଏ ।
କୌଣସି ପଦ ପଦବୀ ରେ ନଥାଇ ବି ଯିଏ ଗରିବ ର ଦୁଃଖ ରେ ସହାୟ ହୋଇଥାଏ ସେ ସବୁବେଳେ ପୂଜ୍ୟ ଓ ସମ୍ମାନ ର ହକଦାର ହୋଇଥାଏ ।
ଖାଲି ସମ୍ପର୍କ ଟିଏ ଗଢିଦେଲେ ହେବନାହିଁ ସେଥିରେ ସଦଭାବନା ରହିବା ଦରକାର ଆଉ ଯେଉଁ Relation ରେ ସଦଭାବନା ନ ଥାଏ ସେ Relation ର ମାନେ ହିଁ କିଛି ନ ଥାଏ ।
ଅଦ୍ୟ ଅକ୍ଟୋବର ମାସ ୧୯ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ତ୍ରୟୋଦଶୀ ଦିବା ଘ୦୧/୩୬ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଉତ୍ତରରା ଫା ସନ୍ଧ୍ୟା ଘ୦୬/୨୦ ଗତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ଇନ୍ଦ୍ର
କରଣ – ବାଣିଜ୍ୟ
ସୌରମାସ- ତୁଳା ୦୩ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୧୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୬
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୧/୩୬ ଗତେ ପଶ୍ଚିମେ
ବୃଷ ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୫ ଗତେ ଘ ୦୧/୦୨ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ ଗତେ ଘ୦୮/୫୭ ମଧ୍ୟେ ଓ ଘ୦୧/୦୩ଗତେ ଘ୦୩/୨୨ ମଧ୍ୟେ ରାତ୍ରି ଘ୦୭/୪୨ ଗତେ ଘ୦୯/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୮ଗତେ ଘ୦୪/୫୬ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ବାଇଗଣ ଦିବା ଘ୦୧/୩୬ ଗତେ ବିରି ଭକ୍ଷଣ ନିଷେଧ
ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
✧═════•❁❀❁•═════
ବୃଷ
ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ।
✧═════•❁❀❁•═════
ମିଥୁନ
ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
✧═════•❁❀❁•═════
କର୍କଟ
ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
✧═════•❁❀❁•═════
ସି˚ହ
ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ। ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
✧═════•❁❀❁•═════
କନ୍ୟା
ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡ଼ିବେ। ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ।
✧═════•❁❀❁•═════
ତୁଳା
ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
✧═════•❁❀❁•═════
ବିଛା
ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଜ୍ୟେଷ୍ଠା ନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
✧═════•❁❀❁•═════
ଧନୁ
ଆଜି ପାପଯୁକ୍ତ ଗୁରୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
✧═════•❁❀❁•═════
ମକର
ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତା ଲାଗିରହିବ। ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
✧═════•❁❀❁•═════
କୁମ୍ଭ
ଆଜି ପୂର୍ବପରି ସବୁ କିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
✧═════•❁❀❁•═════
ମୀନ
ଆଜି ଭାଗ୍ୟସ୍ଥାନ ପ୍ରତି ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାରେ ମନ ଦେବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।










