25.1 C
Bhubaneswar
Saturday, December 6, 2025
Homeଓଡିଶାଅନୁଚିନ୍ତା

ଅନୁଚିନ୍ତା

ଆଜି ଶାରଦ ନବରାତ୍ରି ପୂଜାର ପ୍ରଥମ ଦିନ,”ଜୟ ମା ଶୈଳପୁତ୍ରି”ଙ୍କ ପୂଜାର ଅଭିନନ୍ଦନ ଓ ଶୁଭେଚ୍ଛା ସହ ଅନୁଚିନ୍ତା

ବନ୍ଧୁତା ସର୍ବଦା ନିଜର ସମସାମୟିକ ସମଭାବାପନ୍ନ,ଅର୍ଥାତ ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ।ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେହେଲେ ସୁଖ ଦେଇପାରେ ନାହିଁ।

ପ୍ରତ୍ୟେକ ପ୍ରକାରର ବନ୍ଧୁତା ପଛରେ କିଛିନା କିଛି ସ୍ୱାର୍ଥ ନିହିତ ରହିଥାଏ।ଏହା ଏକ କଟୁ ସତ୍ୟ,ଯେ ବିନା ସ୍ୱାର୍ଥରେ କେହି କାହାର ମିତ୍ରତା ହୋଇପାରେ ନାହିଁ।ଆପଣଙ୍କୁ କେହି ଦୂରେଇ ଦେଲା ବୋଲି ମନ ଦୁଃଖ କରନ୍ତୁ ନାହିଁ,ବରଂ ନିଜକୁ ଏମିତି ଶିକ୍ଷିତ କରିଦିଅନ୍ତୁ ଯେମିତି ସେ ତୁମକୁ ଦେଖିଲା ପରେ,ସେ ନିଜକୁ ନିଜେ ପ୍ରଶ୍ନ କରିବ ତାର ମଣିଷ ଚିହ୍ନିବା ଭୁଲ୍ ହୋଇଗଲା।ଏଣୁ ଜୀବନରେ କେବେ କାହାକୁ କଷ୍ଟ ଦେବାକୁ ଚେଷ୍ଟା ବି କରନ୍ତୁ ନାହିଁ କାରଣ ସେ ହୁଏ ତ ତୁମକୁ କ୍ଷମା କରିଦେଇ ପାରେ କିନ୍ତୁ ସେ ନିଜ ଜୀବନରୁ କେବେହେଲେ ଭୁଲି ପାରିବ ନାହିଁ।।
ଯାହା ତୁମର ନୁହେଁ,ତାହା କଦାପି ତୁମକୁ ମିଳିବ ନାହିଁ ଯାହା ତୁମର ପାଇବାର ଅଛି,ତାକୁ କେହି ତୁମଠୁଁ ଦୂରେଇ ପାରିବେ ନାହିଁ।

କିଛି ଲୋକଙ୍କ ସହିତ ଏମିତି ଭଲପାଇବା ହୋଇଯାଇଥାଏ,ସେ ତୁମ ସହିତ ଛଳନା କରୁଛନ୍ତି ଜାଣିବା ପରେ ମଧ୍ଯ ତାଙ୍କ ପ୍ରତି ତୁମର ଭଲପାଇବା କେବେ କମି ନଥାଏ।

ସିଗାରେଟ୍ ଭଳି ହେବାନାହିଁ, ଜେପରି ଯେକେହି ଆମକୁ ବ୍ୟବହାର ପରେ ପାଦତଳେ ଦଳିଦେବ….

ହେବାର ଅଛି ତ ନିଶା ପରି ହେବା, ଜେମିତି କେହି ଆମକୁ ଅପବ୍ୟବହାର କରିଲେ ସେ ନିଜେ ବରବାଦ ହୋଇଯିବେ

ପ୍ରକୃତ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ସହିତ ବୁଦ୍ଧି ବିକାଶ କରିବା ପୂର୍ଣ୍ଣ ଏକାଗ୍ରତା ସହିତ ଚିନ୍ତା କରିବାର କ୍ଷମତା ହେଉଛି ଶିକ୍ଷାର କାର୍ଯ୍ୟ । ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ବ୍ୟବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟହୀନ ।

ମାଂସପେଶୀୟ ବଳ ଅଧିକ ଥିଲେ ଜଣେ ବଳୁଆ ହୋଇପାରେ କିନ୍ତୁ ତା ଦ୍ୱାରା ଯେ ସେ ସର୍ବଦା ଜିତିପାରିବ ତା ନୁହଁ,କିନ୍ତୁ ମନୋବିଜ୍ଞାନର ବଳ ଥିଲେ ଜଣେ ଖାଲି ମଣିଷ ନୁହଁ ବରଂ ଏ ବିଶ୍ୱକୁ ଜିଣିପାରିବ.. ଧନରେ ଯେ ଧନୀ ସେ ନିଜକୁ ନେଇ ଗର୍ବ କରେ ହେଲେ ମନରେ ଯେ ଧନୀ ତାକୁ ନେଇ ସମାଜ ଗର୍ବ କରେ ।

ଅଳ୍ପ ରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ, କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଥାଏ…। ଆଉ ଛୋଟ ଛୋଟ ଆଶା ହିଁ ମଣିଷକୁ ଦୁଃଖରେ କାନ୍ଦେଇ ଦେଇଥାଏ, ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନହୋଇ ନିର୍ଭୟରେ ଜୀବନ କୁ ସାମ୍ନା କରନ୍ତୁ ।

ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେ ହିଁ ଏଠି ସୁଖୀ ହୋଇପାରିବ ।

Relationship ରେ ଭଲପାଇବା କମ୍ ହେଇଯାଇ ପାରେ,
” କିନ୍ତୁ ”
Friendship ରେ କେବେ ଭଲପାଇବା କମ୍ ହୋଇନଥାଏ ।

ଅଦ୍ୟ ସେପ୍ଟେମ୍ବର ମାସ ୨୨ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ପ୍ରତିପଦ ରାତ୍ରି ଘ୦୨/୩୬ ଗତେ ଦ୍ଵିତୀୟା
ନକ୍ଷତ୍ର- ଉତ୍ତରା ଫା ଦିବା ଘ୧୧/୫୬ ଗତେ ହସ୍ତା
ଚନ୍ଦ୍ର- କନ୍ୟା
ଯୋଗ- ଶୁକ୍ଲ
କରଣ – ବବ
ସୌରମାସ- କନ୍ୟା ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୧୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୩
*✧═════•❁❀
ଯୋଗିନୀ ପୂର୍ବେ ରାତ୍ରି ଘ୦୨/୩୭ ଗତେ ଉତ୍ତରେ
ବୃଷ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୭/୧୦ ଗତେ ଘ ୦୮/୪୨ ମଧ୍ୟେ
ବାରବେଳା- ଦିବା ଘ ୦୨/୩୮ ଗତେ ଘ ୦୪/୧୧ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୦୯ ମଧ୍ୟେ ଓ ଘ ୦୮/୫୧ ଗତେ ଘ୧୧/୧୬ ମଧ୍ୟେ ଓ ରାତ୍ରି ଘ ୦୮/୦୬ ଗତେ ଘ୧୧/୧୯ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ପାଣି କଖାରୁ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
✧═════•❁❀❁•═════
ବୃଷ
ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |
✧═════•❁❀❁•═════
ମିଥୁନ
ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |
✧═════•❁❀❁•═════
କର୍କଟ
ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
✧═════•❁❀❁•═════
ସିଂହ
ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |
✧═════•❁❀❁•═════
କନ୍ୟା
ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |
✧═════•❁❀❁•═════
ତୁଳା
ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |
✧═════•❁❀❁•═════
ବିଛା
ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |
✧═════•❁❀❁•═════
ଧନୁ
ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |
✧═════•❁❀❁•═════
ମକର
ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
✧═════•❁❀❁•═════
କୁମ୍ଭ
ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |
✧═════•❁❀❁•═════
ମୀନ
ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking