31.1 C
Bhubaneswar
Monday, June 2, 2025
Homeଦେଶ ବିଦେଶଆମେରିକାରେ ସ୍ୱାଭାବିକ ହେଲା ବିମାନ ସେବା

ଆମେରିକାରେ ସ୍ୱାଭାବିକ ହେଲା ବିମାନ ସେବା

ନୂଆଦିଲ୍ଲୀ : ଆମେରିକାରେ ସ୍ୱାଭାବିକ ହେଲା ବିମାନ ସେବା । କମ୍ପ୍ୟୁଟର ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଆମେରିକାରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୫ହଜାର ବିମାନର ଉଡାଣ ବିଳମ୍ବ ହେବା ସହ ୯୦୦ ବିମାନକୁ ବାତିଲ କରାଯାଇଥିଲା । ଆମେରିକାର ଫେଡେରାଲ ଏଭିଏସନ ଆଡିମିନିଷ୍ଟ୍ରେସନର କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ପରେ ଏଭଳି ସ୍ଥିତି ଉପୁଜିଥିଲା । ଆମେରିକା ଭିତରେ, ଆମେରିକାରୁ ବାହାରକୁ ଯାଉଥିବା ଏବଂ ବାହାରୁ ଆମେରିକା ଆସୁଥିବା ସବୁ ବିମାନ ଉଡ଼ାଣ ବନ୍ଦ କରାଯାଇଥିଲା । ନୋଟିସ ଟୁ ଏୟାର ମିଶନ ବା ନୋଟାମ୍‌ ସିଷ୍ଟମ ଫେଲ ହେବା ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଛି।

ଗତକାଲି ଆମେରିକାରୁ ୨୧ ହଜାର ବିମାନ ଉଡ଼ାଣ ଭରିବାର ଥିଲା। ସୂଚନା ଅନୁସାରେ, କୌଣସି ବିମାନ ଉଡ଼ାଣ ଭରିବା ପୂର୍ବରୁ ନୋଟାମର ଆବଶ୍ୟକତା ପଡ଼ିଥାଏ । ତେଣୁ ନୋଟାମ ଅଚଳ ହୋଇପଡିବାରୁ ହଜାର ହଜାର ଘୋରଇ ବିମାନ ଉଡାଣ ଭରିପାରିନଥିଲେ। ଫଳରେ ଆମେରିକାର ବିମାନ ବନ୍ଦରଗୁଡିକ ପ୍ରାୟ ୪ ଘଣ୍ଟା ଅଚଳ ହୋଇପଡିଥିଲା । ତେବେ କାଟାଟ୍ରୋଫିକ ସିଷ୍ଟମ ଫେଲୁଆର ପଛରେ ସାଇବର ଆକ୍ରମଣର ସନ୍ଦେହ କରାଯାଉଥିବା ବେଳେ ହ୍ୱାଇଟ ହାଉସ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛି । ଅନ୍ୟପଟେ ରାଷ୍ଟ୍ରପତି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking