30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶଏୟାର ସୋ ବେଳେ ଅଘଟଣ: ଆକାଶରେ ପିଟି ହେଲା ଦୁଇଟି ଏୟାରକ୍ରାଫ୍ଟ, ୬ ଜଣ କ୍ରିଉ...

ଏୟାର ସୋ ବେଳେ ଅଘଟଣ: ଆକାଶରେ ପିଟି ହେଲା ଦୁଇଟି ଏୟାରକ୍ରାଫ୍ଟ, ୬ ଜଣ କ୍ରିଉ ମେମ୍ବର ମୃତ

ଟେକ୍ସାସ: ଆକାଶରେ ପିଟି ଦେଲା ଦୁଇଟି ଏୟାରକ୍ରାଫ୍ଟ । ଏୟାର ସୋ ବେଳେ ଧକ୍କା । ମୁହାଁମୁହିଁ ଦୁର୍ଘଟଣା । ଭୟାନକ ଥିଲା ସେହି ସମୟର ଦୃଶ୍ୟ । ଖୁବ୍ ଜୋରରେ ଦୁର୍ଘଟଣାଗ୍ରସ୍ତ ହେଲା ଦୁଇଟି ଏୟାରକ୍ରାଫ୍ଟ । ଆମେରିକା ଟେକ୍ସାସର ଡାଲାସ୍‌ ଏକଜିକ୍ୟୁଟିଭ୍‌ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବୋଇଂ B-17 ଏୟାରକ୍ରାଫ୍ଟ ସହ ଛୋଟ ବିମାନର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଛୁରମାର ହୋଇ ଯାଇଥିଲା ଛୋଟ ବିମାନ । ବୋଇଂ ଏୟାରକ୍ରାଫ୍ଟ ବି ଖଣ୍ଡ ବିଖଣ୍ଡିତ ହୋଇ ତଳେ ଖସି ପଡ଼ିଥିଲା । ଜଳି ଯାଇଥିଲା ଦୁଇଟି ବିମାନ ।

ଏୟାର ସୋ’ ଦେଖୁଥିବା ଲୋକ ସେହି ସମୟର ଦୃଶ୍ୟକୁ କଏଦ କରିଥିଲେ । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ବିମାନରେ ୬ ଜଣ କ୍ରିଉ ମେମ୍ବର ଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବିମାନ B-17 ଉପରେ ପିଟି ହୋଇଥିଲା ଛୋଟ ବିମାନ ବେଲ୍‌ P-63 କିଙ୍ଗକୋବ୍ରା । ଖଣ୍ଡ ଖଣ୍ଡ ହୋଇଯାଇଥିଲା ବିମାନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀ ବିପକ୍ଷରେ B-17 ବିମାନ ବଡ଼ ଭୂମିକା ନିଭାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking