29.1 C
Bhubaneswar
Sunday, May 3, 2026
Homeଓଡିଶାପ୍ରଦୂଷଣ ବୋର୍ଡ ପକ୍ଷରୁ ବାୟୁ ପ୍ରଦୂଷଣ ସଚେତନତା କାର୍ଯ୍ୟକ୍ରମ

ପ୍ରଦୂଷଣ ବୋର୍ଡ ପକ୍ଷରୁ ବାୟୁ ପ୍ରଦୂଷଣ ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଯାଜପୁରଜିଲ୍ଲାର ଯାଜପୁର ରୋଡ ସହରର ଥିବା ସଂସ୍କୃତି ଭବନ ସଭାଗୃହରେ କଳିଙ୍ଗନଗର ଶିଳ୍ପାଅଞ୍ଚଳରେ ସ୍ଥାପିତ ହୋଇଥିବା କଳକାରଖାନା କମ୍ପାନୀ ଗୁଡିକ ପାଇଁ କଳିଙ୍ଗନଗର ସହର ଓ ବ୍ୟାସନଗର ସହରେ ବାୟୁ ପ୍ରଦୂଷଣ ମାତ୍ରା, ଅତ୍ୟଧିକ ହୋଇଥିବାରୁ ଏହା ଉପରେ ରୋକ ଲଗାଇବା ଏବଂ ସଚେତନ ହେବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ବ୍ୟାସନଗର ପ୍ରଶାସନର ମିଳିତ ସ‌ହ‌ଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଅଛି|ପୌରନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ’ଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ରାଜ୍ୟ ପ୍ରଦୂଷଣ ବୋର୍ଡର ସିନିଅର ଏନଭରମେଟାଲ ଇଞ୍ଜିନିୟର ଦିଲୀପ କୁମାର ଦାସ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ମଦନ ମୋହନ ସାହୁ ଉପସ୍ଥିତ ରହି କମ୍ପାନୀ ତରଫରୁ ଆସିଥିବା ପ୍ରଦୂଷଣ ବିଭାଗର ଅଧିକାରୀମାନଙ୍କୁ ପ୍ରଦୂଷଣକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଓ ଏଥିପାଇଁ କେଉଁ କେଉଁ ପଦକ୍ଷେପ ଅବଲମ୍ବନ କରିବାକୁ ପଡ଼ିବ ସେ ବିଷୟରେ ଅବଗତ କରାଇଥିଲେ। କମ୍ପାନୀର ବାୟୁ ପ୍ରଦୂଷଣକୁ ରୋଜିବାକୁ ହେଲେ ଅତ୍ୟାଧୁନିକ ମେସିନ ଓ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ବେଳେ ବ୍ୟାସନଗର ସହରରେ ମାତ୍ରାଧିକ ବାୟୁ ପ୍ରଦୂଷଣ ହେଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଥମେ କମ୍ପାନୀ ଗୁଡିକ ପ୍ରଦୂଷଣ ମୁକ୍ତ ନିୟମ ଗୁଡିକ ପାଳନ କରିବାକୁ ପଡ଼ିବ ବୋଲି ସିନିୟର ଇଞ୍ଜିନିଅର ଦିଲୀପ କୁମାର ଦାସ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ କଳିଙ୍ଗନଗର ରୁ ପାଖାପାଖି ୧୫ ଗୋଟି କମ୍ପାନୀ ଅଂଶଗ୍ରହଣ କରିଥିବା ନେଇ ଏଡିଏମ ସୂଚନା ଦେଇଥିଲେ |କଳିଙ୍ଗନଗର ରେ ଥିବା ଭିସା ମୈତନ ସମେଣ୍ଟ କାରଖାନା ଗୁଡିକ ପଦ୍ୟୁଷଣ ନିମୟମ କୁ ଉଲଂଘନ କରୁ ଥିବାର ବହୁ ଅଭିଯୋଗ ହେଉଛି ପଦ୍ୟୁଷଣ ବିଭାଗ ବାର ବାର ନୋଟିସ କରୁ ଥିଲେ ମଧ୍ୟ ହେୟ ଜ୍ଞାନ କରି ଚାଲିଛନ୍ତି କଳିଙ୍ଗନଗର ବସି ଜଳ ବାୟୁ ଓ଼ ଫସଲ ହାନି ଶିକାର ହେଉଛନ୍ତି କୀଡୀନି   ମାରାତ୍ମକ ରୋଗ ର ଶିକାର ହୋଇ ମୃତ୍ୟୁ ମୁଖ ରେ ପଡୁଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking