33.1 C
Bhubaneswar
Monday, May 13, 2024
Homeଦେଶ ବିଦେଶ୪୭୦ ନୂଆ ବିମାନ କିଣିବ ଏୟାର ଇଣ୍ଡିଆ; ଏୟାରବସ୍ ଓ ବୋଇଙ୍ଗ୍ ସହ ଚୁକ୍ତି ସ୍ୱାକ୍ଷରିତ

୪୭୦ ନୂଆ ବିମାନ କିଣିବ ଏୟାର ଇଣ୍ଡିଆ; ଏୟାରବସ୍ ଓ ବୋଇଙ୍ଗ୍ ସହ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍ ମାଲିକାନାରେ ପରିଚାଳିତ ଏୟାର ଇଣ୍ଡିଆ ତାହାର ଆଭିଏସନ୍ ସାମ୍ରାଜ୍ୟ ବିସ୍ତାର କରିବାକୁ ଜୋରସୋର ଉଦ୍ୟମ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏୟାର ଇଣ୍ଡିଆ ପକ୍ଷରୁ ଫ୍ରାନ୍ସର ଏୟାରବସ୍ ଓ ଆମେରିକାର ବୋଇଙ୍ଗ୍ କମ୍ପାନୀ ସହ ପୃଥକ ରାଜିନାମା ସ୍ୱାକ୍ଷରିତ ହୋଇଛି । ତଦନୁଯାୟୀ ଏୟାର ଇଣ୍ଡିଆ ଏୟାରବସ୍ ନିକଟରୁ ୨୫୦ ଏବଂ ବୋଇଙ୍ଗ୍ ନିକଟରୁ ୨୨୦ଟି ବିମାନ କିଣିବା ଯୋଜନା ଚୂଡାନ୍ତ କରିଛି । ୨୫୦ ଏୟାରବସ୍ ବିମାନ ମଧ୍ୟରେ ୪୦ଟି ୱାଇଡ୍ ବଡି (ପ୍ରଶସ୍ତ) ଏ୩୫୦ ବିମାନ ରହିଛି । ଏହି ବିମାନ ସର୍ଟ ରୁଟ୍ ଏବଂ ୧୮ ହଜାର କିମି ପର୍ଯ୍ୟନ୍ତ ଲଙ୍ଗ୍ ରୁଟ୍‌ରେ ସେବା ଯୋଗାଇପାରିବ ବୋଲି ଜଣାପଡିଛି ।

ଏଥିରେ ୩୫୦ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି । ଏ୩୫୦ ହେଉଛି ବିଶ୍ୱର ପ୍ରଥମ ଯାତ୍ରୀବାହୀ ବିମାନ ଯାହା କାର୍ବନ ଫାଇବର ରିଇନ୍‌ଫୋର୍ସଡ୍ ପଲିମରରେ ନିର୍ମିତ ହେଉଛି । ଏହି ଅବସରରେ ଅନ୍‌ଲାଇନରେ ନିଜର ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏୟାର ଇଣ୍ଡିଆ ଓ ଏୟାରବସ୍ ମଧ୍ୟରେ ସମ୍ପାଦିତ ହୋଇଥିବା ଏହି ବ୍ୟବସାୟିକ ରାଜିନାମା ଐତିହାସିକ । ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଭାରତ-ଫ୍ରାନ୍ସ ସମ୍ପର୍କକୁ ନୂତନ ଶିଖରରେ ପହଞ୍ଚାଇବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି ।

ଭାରତର ବିମାନ ସେବା କ୍ଷେତ୍ରର ଚାହିଦା ମେଣ୍ଟାଇବାକୁ ଆଗାମୀ ୧୫ ବର୍ଷ ମଧ୍ୟରେ ୨ ହଜାର ନୂତନ ବିମାନର ଆବଶ୍ୟକତା ରହିଛି । ଅପରପକ୍ଷରେ ଏୟାର ଇଣ୍ଡିଆ-ବୋଇଙ୍ଗ୍ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ମୋଦୀ ସ୍ୱାଗତ କରିଛନ୍ତି । ଏହି ଚୁକ୍ତି ଦ୍ୱାରା ଆମେରିକାର ୪୪ ପ୍ରଦେଶରେ ବାସ କରୁଥିବା ୧୦ ଲକ୍ଷ ଆମେରିକୀୟଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ବାଇଡେନ୍ ଆଶାବ୍ୟକ୍ତ କରିଛନ୍ତି । ଚୁକ୍ତି ସମ୍ପାଦନ ଅବସରରେ ମୋଦୀଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌, ଟାଟା ଗ୍ରୁପ୍ ମାଲିକ ରତନ ଟାଟା, ଏୟାରବସ୍ ଓ ବୋଇଙ୍ଗ୍ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂରେ ଏକତ୍ର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking