ନୂଆଦିଲ୍ଲୀ: ଲଣ୍ଡନରୁ ଅମୃତସର ଆସୁଥିବା ଏୟାର ଇଣ୍ଡିଆ ବିମାନର ଏସିରୁ ପାଣି ଲିକ୍ ହୋଇଥିବା ଘଟଣାରେ ଯାତ୍ରୀମାନେ ବିପୁଳ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ଅପରପକ୍ଷରେ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଯାତ୍ରୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି ।
ଯାତ୍ରୀଙ୍କ ମୁଣ୍ଡ ଉପରେ ଥିବା ଷ୍ଟୋରେଜରେ ଥିବା ଫାଙ୍କ ଦେଇ ପାଣି ସେମାନଙ୍କ ଉପରେ ପଡିଥିଲା ବୋଲି ଜଣେ ଯାତ୍ରୀ ଏହାର ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିଛନ୍ତି । ତେବେ ସ୍ଥିତି ସମ୍ଭାଳିବାକୁ ଏୟାର ହୋଷ୍ଟେସମାନେ ପାଣି ପଡୁଥିବା ସ୍ଥାନରୁ ଯାତ୍ରୀଙ୍କୁ ନେଇ ଅନ୍ୟତ୍ର ବସିବାର ବ୍ୟବସ୍ଥା କରିଥିଲେ ।