18.1 C
Bhubaneswar
Friday, December 27, 2024
Homeଓଡିଶାକୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା: : ରାଜ୍ୟପାଳ

କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା: : ରାଜ୍ୟପାଳ

ଭୁବନେଶ୍ୱର: ସଭ୍ୟତାର ଉନ୍ମେଷ, ବିକାଶ ଓ ଉତ୍ତରରେ କୃଷିର ସର୍ବଗରିଷ୍ଠ ଭୂମିକା ରହିଛି । କୃଷି ହିଁ ଭିତ୍ତି । ଆମ ଧର୍ମ, ସଂସ୍କୃତି, ଐତିହ୍ୟ, ଇତିହାସ, ପରମ୍ପରା, ଜୀବନଶୈଳୀ, ଜୀବନବୋଧ, ଦୃଷି ଓ ଦର୍ଶନର ଆଦି ବିନ୍ଦୁ ହେଉଛି କୃଷି । ସଭ୍ୟତାର ଉତ୍ତମ ସଂରଚନା ଉପରେ ଏହା ପ୍ରତିଷ୍ଠିତ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ତିନୋଟି ମୌଳିକ ଉପାଦାନ ଆମକୁ ସଭ୍ୟ, ମାର୍ଜିତ ଓ ଉତ୍ତରିତ କରିଛି । ଏସବୁର ଉତ୍ସ ଓ ଆଧାର ହେଉଛି କୃଷି ବୋଲି ରାଜ୍ୟପାଳ ପ୍ରଫେସର ଗଶେୀ ଲାଲ ପ୍ରକାଶ କରିଛନ୍ତି । ଆଜି ‘କୃଷି ଓଡ଼ିଶା ୨୦୨୩’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଛନ୍ତି ଯେ କୃଷି କର୍ମ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟା । ଶସ୍ୟ କେତେ ଜୀବନଧାରର କାର ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା । ଏଥିରେ ଯେଉଁ ରହସ୍ୟମୟ ରସ ଅଛି ତାହାକୁ ଆସ୍ୱାଦନ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ।

ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ପରି ପଞ୍ଚ ମହାଭୂତରୁ ସବୁକିଛି ସୃଷ୍ଟି ହୋଇଛି । ଏହି ତତ୍ତ୍ୱକୁ କେବଳ କୃଷକ ବୁଝିପାରେ ଏବଂ ଏହାକୁ କାର୍ଯ୍ୟରେ ଲଗାଏ । ତା’ ହାତ ତିଆରି ଖାଦ୍ୟ କାହା ପେଟକୁ ଯିବ ସେ ବିଚାର କରେନି । ଏପରି ସାର୍ବଜନୀନତା ଓ ଲୋକକଲ୍ୟାର ମହାଭାବ ନେଇ କୃଷକ ତା’ର କାର୍ଯ୍ୟ କରେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ ରୁପେ ଉଭା ହୋଇଛି ଏବଂ ଏହା ଦ୍ୱାରା କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ସାରା ମାନବସମାଜ ସଂଗଠିତ ହେବା ଆବଶ୍ୟକ । ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକାଯାଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ଯେ କୃଷି କ୍ଷେତ୍ରରେ ରାଜ୍ୟ ଆଜି ଏକ ନୂତନ ସୋପାନରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି । କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି । କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ପୌରୋହିତ୍ୟ କରି କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ କୃଷକମାନେ ଯେପରି ନିଜ ସୁରକ୍ଷାକୁ ବାଜି ଲଗାଇ କୃଷିକାର୍ଯ୍ୟ କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ । ରାଜ୍ୟ ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁ ବିଗତ ୨୦ ବର୍ଷରେ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି ଏବଂ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା କୃଷିଜାତ ଦ୍ରବ୍ୟର ରପ୍ତାନୀ, ବିକି୍ରବଟାର ବଜାର ସୁବିଧା ଓ କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଫସଲର ବିବିଧିକର, କୃଷି ଯାନ୍ତ୍ରିକୀକର ଏବଂ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରାଥମିକତା ପ୍ରଦାନ କରାଯାଉଛି । ମତ୍ସ୍ୟ ଓ ପ୍ରାୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ମତ୍ସ୍ୟ ଓ ପ୍ରାୀସଂପଦର ଦ୍ରୁତ ବିକାଶ ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫିକିର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍‌, କେଶବନ୍‌ କହିଛନ୍ତି ଯେ ସଂପ୍ରତି ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶା ମିଲେଟ୍‌ ମିଶନର ସଫଳତା ସେଥି ମଧ୍ୟରେ ଅନ୍ୟତମ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କୃଷକମାନଙ୍କ ପାଇଁ ଭାରତର ପ୍ରଥମ କୃତି୍ରମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍‌ “ଆମ କୃଷ୍‌ଏଆଇ’’କୁ ଲୋକାର୍ପିତ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଓ ସଫଳ ଚାଷୀଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ ସମ୍ବର୍ଦ୍ଧିତ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking