ଯାଜପୁର : ଆଜି ଯାଜପୁର ରୋଡ଼ ଅଶ୍ରୁ ୟୁନିଟ ପକ୍ଷରୁ ଯାଜପୁର ରୋଡ଼ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆନ୍ଦୋଳନ କରାଯାଇଛି l ସୂଚନା ମୁତାବକ ଦେଶର ବିଭିନ୍ନ ଔଷଧ କମ୍ପାନୀ ଗୁଡିକରେ ଲକ୍ଷାଧିକ କର୍ମଚାରୀ ମାନେ ବିଭିନ୍ନ ପଦବୀରେ କାର୍ଯ୍ୟରତ ଥିବାବେଳେ ଏହି କମ୍ପାନୀଗୁଡିକର ମନମୁଖୀ କାର୍ଯ୍ୟ ଯୋଗୁଁ କର୍ମଚାତୀ ମାନଙ୍କର ପରିବାର ତଥା ନିଜର କର୍ମମୟ ଜୀବନଯାପନରେ ବାଧା ସୃଷ୍ଟି ହେଉଛି l ଏମିତିକି ମାଡିକାଲ ରିପ୍ରେଜେଣ୍ଟେଟିଭ କର୍ମଚାରୀ ମାନଙ୍କୁ ୮ ଘଣ୍ଟାରୁ ଉର୍ଦ୍ଧ ସମୟ ଖଟାଇବା, ତାଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ଉପରେ ରୋକ ଲଗାଇବା, ଉପଯୁକ୍ତ ଦରମା ନ ବଢାଇବା, ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାର୍ଯ୍ୟ କରିବାକୁ ନିର୍ଦ୍ଧିଷ୍ଟ ସମୟ ସୀମା ଓ ସୁବିଧା ସୁଯୋଗ ନଦେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି l ଏନେଇ ଆଜି ୮ ଦଫା ଦାବିରେ ଦେଶବ୍ୟାପି ଆନ୍ଦୋଳନ ଜାରିରହିଛି l ତେବେ ସରକାର ଯଥାଶୀଘ୍ର ଏଥିପ୍ରତି ଦୃଢ଼ ଦୃଷ୍ଟି ଦେବାକୁ କର୍ମଚାରୀମାନଙ୍କ ଦ୍ୱାରା ନିବେଦନ କରାଯାଇଛି l ଏହି ଆନ୍ଦୋଳନରେ ସମ୍ପାଦକ ସୁଶାନ୍ତ କୁମାର ରାଉତ, ଜ୍ଞାନରଞ୍ଜନ ସ୍ୱାଇଁ, ଧିରେନ୍ଦ୍ରନାଥ, ଚିନ୍ତାମଣି ସାହୁ, ମାନସ ବିଶୋଇ, ପ୍ରିୟବ୍ରତ ରଥ, ଅମୀୟ ଦାସ, ବବୁଲ ମିଶ୍ର ପ୍ରମୁଖ ଉପ ସ୍ଥିତ ଥିଲେ