27.1 C
Bhubaneswar
Sunday, September 8, 2024
Homeଅପରାଧବୟସ ୮ ବର୍ଷ.... ନେଲାଣି ୩ ଜୀବନ; ରକ୍ତ ଦେଖିଲେ ତାକୁ ମଜା ଲାଗେ, ଜାଣନ୍ତୁ...

ବୟସ ୮ ବର୍ଷ…. ନେଲାଣି ୩ ଜୀବନ; ରକ୍ତ ଦେଖିଲେ ତାକୁ ମଜା ଲାଗେ, ଜାଣନ୍ତୁ ଏହି କୁନି ସିରିଏଲ କିଲର ବିଷୟରେ….

ନୂଆଦିଲ୍ଲୀ : ବୟସ ୮ ବର୍ଷ…ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ । ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି । ବିହାରର ଏହି ବଡ଼ ସିରିଏଲ୍ କିଲରକୁ ନେଇ ଏବେ ଚର୍ଚ୍ଚା । ଏହି ଛୋଟ ପିଲାକୁ ଦୁନିଆର ସର୍ବ କନିଷ୍ଠ ସିରିଏଲ କିଲର ବୋଲି କୁହାଯାଉଛି । ଏମିତିରେ ଛୋଟ ପିଲାଙ୍କୁ ସାଧାରଣତଃ ଭଗବାନଙ୍କ ରୂପେ ଲୋକମାନେ ମାନନ୍ତି । ହେଲେ ବିହାରର ମୁଙ୍ଗରରେ ରହୁଥିବା ଅମରଜିତ୍ ସାଡା କୌଣସି ସିରିଏଲ୍ କିଲରଠୁ କମ୍ ନୁହେଁ । ମାତ୍ର ୮ ବର୍ଷ ବୟସରେ ଅମରଜିତ୍ ୩ ଜଣ ଛୁଆଙ୍କୁ ହତ୍ୟା କରିସାରିଛି । ହତ୍ୟା କରିବା ତରିକା ଏମିତି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଯେଉଁ ୩ ଜଣଙ୍କୁ ଅମରଜିତ୍ ହତ୍ୟା କରିଥିଲା, ସେମାନଙ୍କ ମଧ୍ୟରେ ୨ ଜଣ ତା’ର ସମ୍ପର୍କୀୟ ଥିଲେ । ଜଣଙ୍କର ବୟସ ୬ ବର୍ଷ ଓ ଅନ୍ୟ ଜଣେ ତା’ର ନିଜର ୮ ମାସର ଭଉଣୀ ଥିଲା ।

ଏହାବ୍ୟତୀତ ସେ ପଡ଼ୋଶୀଙ୍କ ୬ ମାସର ଝିଅକୁ ମାରି ଦେଇଥିଲା । ପଥରରେ ଛେଚି ୬ ମାସର କୁନି ଝିଅର ଜୀବନ ନେଇଥିଲା ଅମରଜିତ୍ । ଅମରଜିତ୍‌କୁ ଯେତେବେଳେ ପୋଲିସ ଗିରଫ କରି ପଚରାଉଚରା କରିଥିଲା, ଯାହାସବୁ ସେ ଖୁଲାସା କରିଥିଲା ତାହା ଶୁଣି ପୋଲିସର ହୋସ୍ ଉଡ଼ି ଯାଇଥିଲା । ଯେତେବେଳେ ସେ ୩ ଜଣଙ୍କୁ ହତ୍ୟା କରିଥିଲା, ସେତେବେଳେ ତାକୁ ମାତ୍ର ୭ ବର୍ଷ ବୟସ ହୋଇଥିଲା । ୨୦୦୬ରୁ ୨୦୦୭ ମଧ୍ୟରେ ୩ଟି ହତ୍ୟା ଅମରଜିତ୍ କରିଥିଲା । ମାତ୍ର ଅଳ୍ପ ବୟସରେ ତିନି-ତିନିଟି ମର୍ଡର କରିଥିବାରୁ ଅମରଜିତ୍‌ର ନାଁ ଦୁନିଆର ସବୁଠାରୁ କମ୍ ବୟସରେ ସିରିଏଲ୍ କିଲରଙ୍କ ତାଲିକାରେ ସାମିଲ ହୋଇଛି । ଯେତେବେଳେ ଅମରଜିତ୍‌କୁ ହତ୍ୟାର କାରଣ ପଚରା ଯାଇଥିଲା, ସେ କହିଥିଲା ରକ୍ତ ଦେଖିଲେ ତାକୁ ମଜା ଲାଗିଥାଏ । ହତ୍ୟା ବେଳେ ଶିଶୁମାନେ ଯେତେବେଳେ ଚିତ୍କାର କରନ୍ତି ଓ କାନ୍ଦନ୍ତି, ସେହି ସମୟରେ ତାକୁ ବହୁତ ମଜା ଲାଗେ । ତେଣୁ ଏଥିପାଇଁ ସେ ହତ୍ୟା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking