ନୂଆଦିଲ୍ଲୀ: ଭାରତ ଓ ଚୀନ ସେନା ମୁହଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅରୁଣାଚଳ ପ୍ରଦେଶରେ ବଦମାସୀ ଆରମ୍ଭ କରିଛନ୍ତି ଚୀନ୍ ସେନା । ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ଧସ୍ତାଧସ୍ତି ମଧ୍ୟରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଡକାଯାଇଥିଲା । ତେବେ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ଘଟଣାସ୍ଥଳରୁ ହଟାଇ ନିଆଯାଇଥିବା ଜଣାଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ଘଟଣା ୯ ଡିସେମ୍ବର ୨୦୨୨ରେ ଘଟିଥିଲା । ଖବର ଅନୁସାରେ, ଚୀନ ସେନା ଏଲଏସି ପର୍ୟ୍ୟନ୍ତ ପହଞ୍ଚି ଯାଇଥିଲେ । ଚୀନ ସେନାଙ୍କ ଏଭଳି କାର୍ଯ୍ୟକଳାପର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା । ଏହାରି ମଧ୍ୟରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ, ଫଳରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଥିଲେ ବୋଲି ସୂଚନା ମିଳିଛି ।