ଭୁବନେଶ୍ୱର: କିଛି ଦିନ ବ୍ରେକ ପରେ ପୁଣି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପୁଣିଥରେ ହନିଟ୍ରାପ କେସରେ ଅର୍ଚ୍ଚନାକୁ ଜେରା କରିବା ପାଇଁ ହୋଇଛି ଆବେଦନ । ଅର୍ଚ୍ଚନା ସହ ଖଗେଶ୍ୱର ପାତ୍ରକୁ ମଧ୍ୟ ଜେଲରେ ଜେରା କରିବା ପାଇଁ ଆବେଦନ କରାଯାଇଛି । ଗୋଟିଏ ଦିନ ଉଭୟଙ୍କୁ ଜରା କରିବା ପାଇଁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥ କାରବାର ନେଇ ନୂଆ ତଥ୍ୟ ପାଇବା ଲକ୍ଷ୍ୟରେ ହେବ ଜେରା । ତେବେ ଏଥର ନାଗ ମୁହଁରୁ ସମସ୍ତ ବିଷ ବାହାର କରିବା ପାଇଁ ଲକ୍ଷ୍ୟ ରଖିବ ଇଡି ।