35.1 C
Bhubaneswar
Sunday, May 19, 2024
Homeଅପରାଧମହିଳାଙ୍କୁ ପିଟିପିଟି ହତ୍ୟା ପରେ ଆଖି ତାଡ଼ିଦେଲେ

ମହିଳାଙ୍କୁ ପିଟିପିଟି ହତ୍ୟା ପରେ ଆଖି ତାଡ଼ିଦେଲେ

ପାଟନା : ବିହାରର ଖଗରିଆ ଜିଲ୍ଲାରେ ଅତି ଅଭାବନୀୟ ଘଟଣା ଘଟିଛି । ଜଣେ ୪୫ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି । ମହିଳାଙ୍କ ନାଁ ସୁଲେଖା ଦେବୀ । ସେ ମେହନ୍ଦିପୁର ଗ୍ରାମରେ ଏକ କ୍ଷେତରେ କାମ କରୁଥିବା ବେଳେ ତାଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି । ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ତାଙ୍କ ଆଖି ତାଡ଼ି ଦେବା ସହିତ ସ୍ତନ କାଟିଦେଇଛନ୍ତି । ମହିଳାଙ୍କ ପରିବାର ସଦସ୍ୟ ଏନେଇ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛି । ୨୦୧୪ ଏପ୍ରିଲ ୨୫ରେ ମଧ୍ୟ ସୁଲେଖା ଦେବୀଙ୍କ ସ୍ୱାମୀ ବବ୍‌ଲୁ ସିଂହ ଏବଂ ଅନ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୁଲେଖା ଦେବୀଙ୍କ ସ୍ୱାମୀଙ୍କ ହତ୍ୟା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତମାନେ ଗତବର୍ଷ ଜେଲ୍‌ରୁ ମୁକୁଳିଛନ୍ତି । ସେମାନେ ହିଁ ସୁଲେଖା ଦେବୀଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking