27.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶବିବାହ ପରେ ପ୍ରେମୀ ଯୁଗଳ ଫେରାର

ବିବାହ ପରେ ପ୍ରେମୀ ଯୁଗଳ ଫେରାର

ବେଙ୍ଗାଲୁରୁ: ପୁଅ ପାଇଁ ବାପାକୁ ନିର୍ଯାତନା । ଜଣେ ଯୁବତୀଙ୍କୁ ଧରି ପୀଡ଼ିତଙ୍କ ପୁଅ ଫେରାର ହୋଇଯାଇଥିବାରୁ ଶେଷରେ ଝିଅର ପରିବାର ଲୋକେ ବାପାକୁ ଦେଇଛନ୍ତି ନିର୍ଯାତନା । ଏହି ନିର୍ଯାତନାର ଭିଡିଓ ସିସିଟିଭି ଫୁଟେଜ୍‌?ରେ କଏଦ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କର୍ଣ୍ଣାଟକର ଦେବାନଗରୀ ଜିଲ୍ଲାର ହରିହର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ହରିହର ଅଞ୍ଚଳରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଏହାପରେ ସେମାନେ ଗତ ୨୦ ଦିନ ତଳେ ଏକ ମନ୍ଦିରରେ ବିବାହ କରିବା ପରେ ସବ ରେଜିଷ୍ଟ୍ରାର ଅଫିସରେ ଏ ନେଇ ପଞ୍ଜୀକୃତ କରିଥିଲେ ।

ହେଲେ ଏ ନେଇ ଯୁବତୀଙ୍କ ପରିବାର ଖୁସିନଥିଲେ । ସେମାନେ ପୂର୍ବରୁ ମଧ୍ୟ ଉଭୟଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିବା ପରେ ଏହି ବିବାହକୁ ବିରୋଧ କରୁଥିଲେ । ସୂଚନା ଅନୁସାରେ ପ୍ରେମୀ ଯୁଗଳ ଦ୍ୱୟ ବିବାହ କରିବା ପରେ ଫେରାର ହୋଇଯାଇଥିଲା । ଏହାପରେ ଗତ ଡିସେମ୍ବର ୧୧ ତାରିଖରେ ଯୁବତୀଙ୍କ ପରିବାର ଯୁବକଙ୍କ ଘରେ ପହଞ୍ଚି ସେମାନଙ୍କ ସମ୍ପର୍କରେ ପଚାରିବା ସହ ଯୁବକଙ୍କ ବାପାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ ।

ଏହାପରେ ଯୁବକଙ୍କ ବାପାଙ୍କୁ ରକ୍ଷା କରିବା ଲାଗି ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିବାରୁ ଯୁବତୀଙ୍କ ପରିବାର ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ମଲେବେନ୍ନୁର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି । ଏହି ପ୍ରେମୀ ଯୁଗଳ ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ କନ୍ୟାପକ୍ଷ ବିବାହ ପାଇଁ ରାଜିନଥିଲେ । ମାତ୍ର ଯୁବକ ଯୁବତୀ ବିବାହ କରିବା ଖବର ସେମାନେ ଜାଣିବା ପରେ ସିଧା ଯୁବକଙ୍କ ଘରେ ପହଞ୍ଚି ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking