20.1 C
Bhubaneswar
Friday, January 24, 2025
Homeଦେଶ ବିଦେଶହନିଟ୍ରାପ ପରେ ଏବେ ମୁସଲିମ ଟ୍ରାପ ମିଶନ, ଟାର୍ଗେଟରେ ହିନ୍ଦୁ ଯୁବକ

ହନିଟ୍ରାପ ପରେ ଏବେ ମୁସଲିମ ଟ୍ରାପ ମିଶନ, ଟାର୍ଗେଟରେ ହିନ୍ଦୁ ଯୁବକ

ଇସଲାମବାଦ: ହନିଟ୍ରାପ ପରେ ଏବେ ମୁସଲିମ ଟ୍ରାପ ମିଶନ । ଏଥିରେ ହିନ୍ଦୁ ଯୁବକଙ୍କୁ ଟାର୍ଗେଟ କରି ଧର୍ମାନ୍ତରଣ କରୁଛନ୍ତି ଶତ୍ରୁ ଦେଶର ମୁସଲମାନ ଯୁବତୀ । ଭାରତୀୟ ହିନ୍ଦୁ ଯୁବକମାନଙ୍କୁ ଅନଲାଇନ ମାଧ୍ୟମରେ ଟ୍ରାପ କରୁଛନ୍ତି ଆତଙ୍କୀ ସଂଗଠନ । ଏଥିରେ ସୁନ୍ଦରୀଙ୍କୁ ମୋହରା କରାଯାଇ ଯୁବବର୍ଗଙ୍କୁ ପ୍ରେମରେ ଫସାଯିବା ନେଇ ଚାଲିଛି ବଡ଼ ଧରଣର ରାକେଟ୍ । ବିଦେଶରେ ରହି ଅନଲାଇନରେ ଚାଲିଛି ଟ୍ରାପ ମିଶନ । ପୂର୍ବରୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ବେଳେ ଧର୍ମ ପରିବର୍ତ୍ତନ କରାଯାଉଥିବା ଘଟଣା ହଇଚଇ ସୃଷ୍ଟି କରିଥିଲା । ଯାହାକୁ ‘ଲଭ ଜିହାଦ’ର ନାଁ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଏହାର ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି ।

ଯୁବକଙ୍କୁ ପ୍ରବର୍ତ୍ତାଇ ଧର୍ମ ପରିବର୍ତ୍ତନ କରାଉଛନ୍ତି ଯୁବତୀ । ଆଉ ସୁନ୍ଦରୀଙ୍କ ମାୟାଜାଲରେ ଫସି ଯାଉଛନ୍ତି ଅନେକ ଭାରତୀୟ ଯୁବକ । ହିନ୍ଦୁ ସମ୍ପ୍ରଦାୟର ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମାନ୍ତରଣ କରିବାକୁ ପ୍ରବର୍ତ୍ତାଉଛନ୍ତି ସୁନ୍ଦରୀ ଯୁବତୀ । ପ୍ରଥମେ ଅନଲାଇନ ଗେମ୍ ଜରିଆରେ ଚିହ୍ନା ପରିଚୟ ହେବା ପରେ ଧୀରେ ଧୀରେ ଗଢିଉଠୁଛି ସମ୍ପର୍କ । ଆଉ ପରେ ପାକିସ୍ତାନୀ ଯୁବତୀଙ୍କ ପ୍ରେମ ଜାଲରେ ଫସି ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଉନାହାନ୍ତି ପ୍ରେମିକ । ଏହି ରାକେଟରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ ଯୁବତୀ ସାମିଲ ଥିବା ଖବର ମିଳିଛି । ଗତ କିଛି ଦିନ ମଧ୍ୟରେ ଗୁଜରାଟ ଓ ହାଇଦ୍ରାବାଦରୁ ଅନେକ ଆତଙ୍କୀଙ୍କୁ ଗିରଫ କରିଛି ଗୁଜରାଟ ଏଟିଏସ । ସଂପୃକ୍ତ ଆତଙ୍କବାଦୀମାନେ ଇସଲାମିକ ଷ୍ଟେଟ ଆତଙ୍କୀ ସଂଗଠନ ପାଇଁ କାମ କରୁଥିବା ଜାଣିବାକୁ ପାଇଛି ପୋଲିସ । ତେବେ ହାଇଦ୍ରାବାଦରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ ଖାଦିଜା ଏବଂ ସୁମେରା ରେଡିକ୍ଲାଇଜ । ତେବେ ସେମାନେ ଇସଲାମିକ ଷ୍ଟେଟ୍ ଖୁରାସାନରୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking