28.1 C
Bhubaneswar
Saturday, July 27, 2024
Homeଅପରାଧମାଓବାଦୀଙ୍କ ବର୍ବରକାଣ୍ଡ: ନାଏବ ସରପଞ୍ଚଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ

ମାଓବାଦୀଙ୍କ ବର୍ବରକାଣ୍ଡ: ନାଏବ ସରପଞ୍ଚଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଏକ ଗାଁର ନାଏବ ସରପଞ୍ଚ ଓ ଆଉ ଜଣଙ୍କୁ ଅପହରଣ ପରେ ହତ୍ୟା କରିଥିବାର ଖବର ମିଳିଛି। କୁହାଯାଉଛି ଯେ ମାଓବାଦୀମାନେ ସେହି ଅଞ୍ଚଳର ଜଙ୍ଗଲରେ ଥିବା ପ୍ରଜା କୋର୍ଟରେ ନାଏବ ସରପଞ୍ଚ ଓ ଉକ୍ତ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।

ଉଭୟଙ୍କୁ କେଉଁ କାରଣରୁ ଅପହରଣ କରାଯାଇଥିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଉଭୟଙ୍କୁ ମୁକ୍ତ କରିବାକୁ ମାଓବାଦୀମାନଙ୍କୁ ନିବେଦନ କରିଥିଲେ ଏହି ଘଟଣା ଚିଣ୍ଟାଗୁଫା ପୁଲିସ ଥାନା ଅଞ୍ଚଳରେ ଘଟିଛି। ସୂଚନାନୁସାରେ, ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିଥିଲେ। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ତାଙ୍କ ଘରେ ପହଞ୍ଚି ତାଙ୍କୁ ଉଠାଇ ନେଇ ଯାଇଥିଲେ। ସେହି ଅଞ୍ଚଳର ଲୋକମାନେ ଏହି ଖବର ପାଇବା ମାତ୍ରେ ସେମାନେ ମାଡଭିଙ୍କୁ ମୁକ୍ତ କରିବାକୁ ଗଣମାଧ୍ୟମ ମାଧ୍ୟମରେ ମାଓବାଦୀମାନଙ୍କୁ ନିବେଦନ କରିଥିଲେ। ଏଣେ ଚର୍ଚ୍ଚା ହେଉଛି ଯେ ଉପ ସରପଞ୍ଚ ମାଡଭି ଗଙ୍ଗା ନକ୍ସଲମାନଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଉସକାଉଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking