ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି। ଦିଲ୍ଲୀର ଏକାଧିକ ସ୍କୁଲ ପରେ ଏଥର ଡାକ୍ତରଖାନାଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ପୁଣିଥରେ ଧମକ ମିଳିଛି। ଇମେଲ ଜରିଆରେ ଏହି ଧମକ ଆସିଛି। ଏହାପୂର୍ବରୁ ଦିଲ୍ଲୀର ଏକାଧିକ ସ୍କୁଲ, ଡାକ୍ତରଖାନା, ବିମାନବନ୍ଦର ଏବଂ ଉତ୍ତର ରେଳବାଇର ସିପିଆରଓ ବିଲ୍ଡିଂକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିଲା।
ସୂଚନା ଅନୁସାରେ, ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେଓ୍ବାର ହସ୍ପିଟାଲ ସମେତ ଅନ୍ୟ କେତେକ ହସ୍ପିଟାଲାକୁ ଇମେଲ୍ ଜରିଆରେ ବିସ୍ଫୋରଣ ଧମକ ମିଳିଛି। ଏନେଇ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ଦିଲ୍ଲୀ ଅଗ୍ନିଶମ ବିଭାଗ ସୂଚନା ଦେଇଛି।