ମୁମ୍ବାଇ : ମୃତ୍ୟୁ ପରେ ଅମର ହୋଇଗଲା ପ୍ରେମ । ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ମହାରାଷ୍ଟ୍ରରର ଜଲଗାଁ ଜିଲ୍ଲାରେ ଏପରି ହୃଦୟବିଦାରକ ଘଟଣା ଘଟିଛି । ଜଲଗାଁ ଜିଲ୍ଲାର ପଲାଡ ଗାଁରେ ୨୨ ବର୍ଷୀୟ ମୁକେଶ ସୋନାୱାନେ ଏବଂ ୧୯ ବର୍ଷିୟା ନେହା ଠାକରେ । ନେହା ଏବଂ ତାଙ୍କ ପରିବାର ଗତ କିଛି ମାସ ହେବ ମାମୁଁଙ୍କ ଗାଁ ପଲାଡରେ ରହୁଥିଲେ । ପ୍ରଥମ ଦେଖାଚାହାଁରୁ ହୋଇଥିଲା ପ୍ରେମ । ଦୁଃଖର କଥା ହେଲା ପ୍ରେମ ପାଇଁ ଜୀବନ ଦେବାକୁ ପଛାଇଲେନି । ପରସ୍ପର ପରସ୍ପରକୁ ହୃଦୟ ଦେଇ ଭଲ ପାଉଥିଲେ । ହେଲେ ଚିରାଚରିତ ଭାବେ ଉଭୟଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପରିବାର ଲୋକ ।
ତେବେ ବିବାହ ପାଇଁ ନେହାଙ୍କ ଘରକୁ ପ୍ରସ୍ତାବ ପଠାଇଥିଲେ ମୁକେଶ । କିନ୍ତୁ ସମାନ ଗୋତ୍ର ହୋଇଥିବାରୁ ପରିବାର ଲୋକ ବିବାହ ପାଇଁ ରାଜି ହୋଇନଥିଲେ । ମୁକେଶ ଏବଂ ନେହାଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ପରିବାର ଲୋକ । ଉଭୟ ପରିବାର ସେମାନଙ୍କ ପ୍ରେମର ଗଭୀରତାକୁ କେବେ ବୁଝିବେନି କି ଗ୍ରହଣ କରିବେ ନାହିଁ ଚିନ୍ତା କରି ଶେଷରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ ପ୍ରେମୀଯୁଗଳ । ଉଭୟେ ଉଭୟଙ୍କ ଠାରୁ ଅଲଗା ହୋଇଯିବା ଭୟେରେ ଗତ ରବିବାର ସକାଳେ ଦୁହେଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ହ୍ୱାଟସ୍ଆପ୍ ଷ୍ଟାଟସ୍ରେ ‘ଗୁଡବାୟ’ ଲେଖିଥିଲେ ମୁକେଶ । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ ।