32.1 C
Bhubaneswar
Saturday, June 22, 2024
Homeମନୋରଞ୍ଜନଆନିମଲ ପରେ ଏବେ ପୁଣି ଚର୍ଚ୍ଚାରେ ବବି ଦେଓଲ

ଆନିମଲ ପରେ ଏବେ ପୁଣି ଚର୍ଚ୍ଚାରେ ବବି ଦେଓଲ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨ ପର୍ଯ୍ୟନ୍ତ ସେ ସଫଳତାର ଶୀର୍ଷରେ ପଂହଚି ଯାଇଥିଲେ । ଗୁପ୍ତ, ଔର ପ୍ୟାର ହୋ ଗୟା, କରୀବ, ସୋଲଜର, ବାଦଲ, ବିଛୁ, ହମରାଜ ଓ ଚୋର ମଚାୟ ଶୋର ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ତେବେ ଏହା ପରେ ସବୁ କିଛି ବଦଳିବାରେ ଲାଗିଥିଲା । ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କ ଫିଲ୍ମଗୁଡିକ ଫ୍ଲପ ହୋଇଥିଲା । ଅନେକ ପ୍ରୋଜେକ୍ଟ ବି ତାଙ୍କ ହାତରୁ ପଳାଇଗଲା ।ବବି ନିଶାଗ୍ରସ୍ତ ହୋଇ ପଡିଥିଲେ । ଏପରି କି ଆତ୍ମହତ୍ୟା କରିବେ ବୋଲି ଚିନ୍ତା କରୁଥିଲେ । ପିଲାମାନଙ୍କୁ ଦେଖି ସେ ନିଜକୁ ପୁଣି ସଜାଡିଥିଲେ । ଏହି ବିପଦ ବେଳରେ ସଲମାନ ଖାଁ ତାଙ୍କ ସହଯୋଗ କରିଥିଲେ । ତାଙ୍କ ସହଯୋଗ ବଳରେ ସେ ରେସ ୩ ଫିଲ୍ମରେ ଅଭିନୟ କରିଥିଲେ । ହାଉସଫୁଲ ୪ ମଧ୍ୟ ତାଙ୍କୁ ଅଫର ହୋଇଥିଲା ।ତେବେ ପ୍ରକାଶ ଝାଙ୍କ ୱେବ ସିରିଜ ଆଶ୍ରମ ତାଙ୍କୁ ଲୋକପ୍ରିୟ କରାଇଥିଲା । ସେ ପୁଣି ପ୍ରଶଂସକଙ୍କ ବିଶ୍ୱାସ ଜିଣି ପାରିଥିଲେ । ଆଉ ଏବେ ଆନିମଲରେ ବବିଙ୍କ ମୂକ ଭୂମିକା ତାଙ୍କୁ ସମସ୍ତଙ୍କ ପ୍ରିୟପାତ୍ର କରାଇ ଦେଇଛି । ଗଦର ୨ ସଫଳତା ଏବଂ ଆନିମଲ ପରେ ଦେଓଲ ପରିବାରରେ ଖୁସୀର ଲହରୀ ଖେଳିଯାଇଛି । ବବିଙ୍କ ପାଖକୁ ଏବେ ଫିଲ୍ମ ଓ ୱେବ ସିରିଜର ଲମ୍ବା ଲାଇନ ଲାଗିଛି । ପିଲାମାନେ ମଧ୍ୟ ବାପାଙ୍କ ସଫଳତାରେ ବିଭୋର ହୋଇ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking