28.1 C
Bhubaneswar
Tuesday, July 2, 2024
Homeଓଡିଶା୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା’-ପୁଅଙ୍କ ଧାରଣା

୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା’-ପୁଅଙ୍କ ଧାରଣା

ଭଦ୍ରକ : ୨୨ବର୍ଷ ପରେ ସ୍ବାମୀ ଘର ସାମ୍ନାରେ ମା-ପୁଅଙ୍କ ଧାରଣା । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଶୁକଦେବପୁର ୧୪ ଓ୍ୱାର୍ଡରେ ଦେଖିବାକୁ ମିଳିଛି ଏହି ଘଟଣା। ନିଜ ଅଧିକାର ପାଇଁ ୨୨ବର୍ଷ ପରେ ମା ପୁଅ ମଧ୍ୟପ୍ରଦେଶରୁ ଆସି ନିଜ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି । ସୂଚନା ମୁତାବକ, ସେହି ଗ୍ରାମର କରୁଣାକର ଦାସଙ୍କ ପୁଅ କଳ୍ପତରୁ ଦାସ ସୁରକ୍ଷା ବାହିନୀରେ ଚାକିରୀ କରୁଥିଲେ । ସେତେବେଳେ ସେଠାରେ ଚାକିରୀ କରୁଥିବା ସମୟରେ ନିତୁ ନାମକ ଏକ ଝିଅ ସହିତ କଳ୍ପତରୁଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ପରେ ୨୦୦ମସିହାରେ ସେହି ମଧ୍ୟପ୍ରଦେଶରେ କଳ୍ପତରୁ ତାଙ୍କୁ ପ୍ରେମ ବିବାହ କରିଥିବା କଥା ନିତୁ କହିଛନ୍ତି ।

ପରେ କଳ୍ପତରୁ ନିଜ ସ୍ତ୍ରୀ ନିତୁକୁ ନେଇ ନିଜ ଘର ଶୁକଦେବପୁର ଚାଲି ଆସିଥିଲେ । ଏଠାରେ ଦୀର୍ଘ ୨ବର୍ଷ ରହିବା ପରେ ତାଙ୍କର ଏକପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ କଳ୍ପତରୁର ପରିବାର ଲୋକ ନିତୁକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଘରୁ ବାହାର କରି ଦେଇଥିଲେ। ନିତୁ ନିର୍ଯ୍ୟାତନା ସହି ନପାରି ନିଜ ୨ବର୍ଷର ଶିଶୁ ପୁତ୍ରକୁ ଧରି ୨୦୦୨ମସିହାରେ ଘର ଛାଡି ନିଜ ବାପଘର ମଧ୍ୟପ୍ରଦେଶ ପଳାଇ ଯାଇଥିଲେ । ସେବେଠାରୁ ଆଉ ମାଡ ଭୟରେ ଶୁକଦେବପୁର ଫେରିନଥିଲେ ନିତୁ ଓ ତାଙ୍କ ପୁଅ । ଦୀର୍ଘ ୨୨ବର୍ଷ ପରେ ପୁଅ ବଡ ହେବା ପରେ ନିଜର ପିତୃ ପରିଚୟ ଖୋଜିଥିଲେ ।

ନିତୁ ନିଜ ପୁଅକୁ ପିତୃ ପରିଚୟ ଦେବା ପାଇଁ ୨୨ ବର୍ଷ ପରେ ପୁଅକୁ ଧରି ପହଁଚିଥିଲେ ଶୁକଦେବପୁର ନିଜ ଶ୍ବଶୁର ଘରେ । ହେଲେ ଏଠାରେ ପହଂଚି ଦେଖନ୍ତି ତାଙ୍କ ସ୍ୱାମୀ ଦ୍ବିତୀୟ ବିବାହ କରିସାରିଥିବାବେଳେ, ତାଙ୍କର ଏକ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଏବେ କଳ୍ପତରୁ ସୈନିକ ଚାକୀରିରୁ ଅବସର ନେଇ ବାଲେଶ୍ୱରର ଡାକ ବିଭାଗର ଚାକିରୀ କରିଛନ୍ତି । ବାଧ୍ୟ ହୋଇ ନିତୁ ଓ ତାଙ୍କ ପୁଅ ନିଜର ଅଧିକାର ଦାବି କରି ଶ୍ବଶୁର ଘରକୁ ଯାଇଥିଲେ। ହେଲେ ଶ୍ବଶୁର ଓ ପରିବାର ଲୋକ ତାଙ୍କୁ ଘର ଭିତରକୁ ଯିବାକୁ ଦେଇନଥିଲେ। ବାଧ୍ୟ ହୋଇ ନିତୁ ଓ ତାଙ୍କ ପୁଅ ୨ଦିନ ଧରି ଘର ଦୁଆର ମୁହଁରେ ବସିବା ପରେ ବାଧ୍ୟ ହୋଇ ନକଟସ୍ଥ ବାସୁଦେବପୁର ଥାନାରେ ଦ୍ୱାରସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking