33.1 C
Bhubaneswar
Sunday, June 8, 2025
Homeଓଡିଶା୨ ଦିନ ପରେ କମିବ ଶୀତ

୨ ଦିନ ପରେ କମିବ ଶୀତ

ଭୁବନେଶ୍ବର : ରାଜ୍ୟରେ ଶୀତପ୍ରବାହ ଜାରି ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୬ ଡିଗ୍ରି ରେକର୍ଡ ହୋଇଛି। ପଛକୁ ପଛ ରହିଛନ୍ତି ସେମିଳିଗୁଡ଼ା (୬.୫ ଡିଗ୍ରି), କିରେଇ (୭.୮ ଡିଗ୍ରି), ଫୁଲବାଣୀ (୮ ଡିଗ୍ରି), ଚିପିଲିମା (୮.୨ ଡିଗ୍ରି), ଝାରସୁଗୁଡ଼ା (୮.୭ ଡିଗ୍ରି), ସୁନ୍ଦରଗଡ଼ (୯.୪ ଡିଗ୍ରି) ଓ ଦାରିଙ୍ଗବାଡ଼ି (୧୦ ଡିଗ୍ରି)। ସେହିଭଳି ରାଜଧାନୀ ଭୁବନେଶ୍ବରର ଗତ ରାତିର ତାପମାତ୍ରା ୧୪.୬ଡିଗ୍ରି ରହିଥିବା ବେଳେ କଟକର ଥିଲା ୧୪.୪ ଡିଗ୍ରି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ। ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଧୀରେଧୀରେ ବଢ଼ିବ ଓ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଗୁରୁବାର ଦିନ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିଥିଲା। ଦକ୍ଷିଣ-ପଶ୍ଚିମ ତଥା ପାର୍ଶ୍ବବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତର କୌଣସି ସିଧାସଳଖ ରାଜ୍ୟ ଉପରେ ପଡ଼ିବ ନାହିଁ। କିନ୍ତୁ ଏହା ପ୍ରଭାବରେ ଆଜି ପାଗ ମେଘୁଆ ରହିଛି। ଏହି ଅବପାତ ଆଗାମୀ ୨୪ ଘଣ୍ଟା ଯାଏ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଏହା ଗତିପଥ ପରିବର୍ତ୍ତନ କରିବା ସହ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ କୋମୋରିନ୍‌ ଅଞ୍ଚଳକୁ ଗତି କରି ଶ୍ରୀଲଙ୍କା ଦେଇ ଗତି କରିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking