30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଭାରତୀୟ ଦୂତାବାସକୁ ତାଲିବାନଙ୍କ ପ୍ରବେଶ, ସାଥିରେ ନେଇଗଲେ ବୁଲେଟପ୍ରୁଫ ଗାଡି

ଭାରତୀୟ ଦୂତାବାସକୁ ତାଲିବାନଙ୍କ ପ୍ରବେଶ, ସାଥିରେ ନେଇଗଲେ ବୁଲେଟପ୍ରୁଫ ଗାଡି

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିସାରିଥିବା ତାଲିବାନ ଧିରେ ଧିରେ ନିଜର ଅସଲ ଚେହେରା ଦେଖାଇଲାଣି । ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ସହ ବିଦେଶୀ କୁଟନୀତିଜ୍ଞଙ୍କୁ କ୍ଷତି ପହଂଚାଇବାକୁ ଲାଗିଲେଣି ତାଲିବାନୀ । ତାଲିବାନ ଆତଙ୍କବାଦୀମାନେ ବୁଧବାର କନ୍ଧାର ଓ ହେରାତ ପ୍ରାନ୍ତରେ ଖାଲି କରାଯାଇସାରିଥିବା ଇଣ୍ଡିଆନ କନସ୍ୟୁଲେଟସରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ସରକାରୀ କାଗଜପତ୍ର ଓ କମ୍ପ୍ୟୁଟରରେ ତଥ୍ୟ ଖୋଜିଥିଲେ । ଏହାପରେ ସେଠାରେ ଥିବା ଭାରତୀୟ ଗାଡିକୁ ନିଜ ସହ ନେଇ ଯାଇଥିଲେ । ସେହିଗାଡିଗୁଡିକୁ ନେବାର କାରଣ ହେଲା ଯେ, ସେ ସବୁ ବୁଲେଟପ୍ରୁଫ ଥିଲା । ସୂତ୍ର ଅନୁସାରେ, ତାଲିବାନ ଏସବୁ କାର୍ଯ୍ୟ ପାକିସ୍ତାନର ଆଇଏସଆଇ ନିର୍ଦ୍ଦେଶରେ କରିଛନ୍ତି । ଆଇଏସଆଇ ତାଲିବନକୁ ନିଜ ମୋହର ଭାବରେ ବ୍ୟବହାର କରି ଭାରତୀୟଙ୍କୁ କ୍ଷତି ପହଂଚାଇବାକୁ ଚାହୁଁଚି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking