ବ୍ୟାଙ୍କକ୍: ଏଠାରେ ଚାଲିଥିବା ଏଏଫ୍ସି ଅଣ୍ଡଣ୍-୧୭ ଏସିଆନ୍ କପ୍ରେ ଶୁକ୍ରବାର ଭାରତ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ୪-୮ରେ ପରାସ୍ତ ହୋଇଛି । ଶକ୍ତିଶାଳୀ ଜାପାନ ବିପକ୍ଷରେ ଦଳ ଯଥେଷ୍ଟ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଶେଷରେ ପରାସ୍ତ ହୋଇ ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି ।
ଗ୍ରୁପ୍-ଡି’ର ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ୪୭ତମ ମିନିଟ୍ରେ ମୁକୁଲ ପନୱର୍, ୬୨ତମ ମିନିଟ୍ରେ ଡ୍ୟାନି ମିଟେଇ, ୬୯ତମ ମିନିଟ୍ରେ ଡାଇକି ମିୟାଗାୱା ଓ ୭୯ତମ ମିନିଟ୍ରେ କୋରୋଉ ସିଂହ ଗୋଲ୍ ଦେଇଥିଲେ । ଅନ୍ୟପକ୍ଷରେ ଜାପାନ ପକ୍ଷରୁ ଚତୁର୍ଦ୍ଦଶ ମିନିଟ୍ରେ ଗାକୁଟୋ କାୱାମୁରା, ୪୧ତମ ଓ ୪୫ତମ ମିନିଟ୍ରେ ଗାକୁ ନାୱାଟା, ୫୨ତମ ମିନିଟ୍ରେ ଶୁତା ନାଗାନୋ, ୫୪ତମ ମିନିଟ୍ରେ କୋହେଇ ମୋଚିଜୁକୁ, ୭୪ତମ ମିନିଟ୍ରେ ୟୋଟାରୋ ନାକାଜିମା, ୯୦+୬ତମ ମିନିଟ୍ରେ ଗୋଟା ୟାମାଗୁଚି ଓ ୯୦+୭ତମ ମିନିଟ୍ରେ ଶୁଙ୍ଗୋ ସୁଗିଉରା ଗୋଲ୍ ସ୍କୋର୍ କରିଥିଲେ ।