17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍‌-୧

ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍‌-୧

ନୂଆଦିଲ୍ଲୀ: ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ୧ । ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ବିଳମ୍ବିତ ରାତିରେ କକ୍ଷ ପଥ ପରିବର୍ତ୍ତନ କରିବେ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଆସନ୍ତା ୧୦ ତାରିଖରେ ଆଦିତ୍ୟ ଏଲ ୧ ବଦଳାଇବ ତୃତୀୟ କକ୍ଷପଥ । ଗତ ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଥିଲା ଆଦିତ୍ୟ ଏଲ୧ । ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ ଏଲ୧ ସମ୍ପୂର୍ଣ୍ଣ ସଫଳ ହେଉଛି ଏବଂ କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି । ବେଙ୍ଗାଳୁରୁସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ ଏଲ୧ ସୁପରିଚାଳିତ ହେଉଛି ।

୧୬ ଦିନ ଯାଏ ଆଦିତ୍ୟ ଏଲ୧ ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ପରେ ଆଦିତ୍ୟ ଏଲ୧ ‘ଟ୍ରାନସ ଲାଗରେଞ୍ଜିଆନ୧ରେ ପ୍ରବେଶ କରିବ । ଏହା ପରେ ୧୧୦ ଦିନ ଲାଗି ଆଦିତ୍ୟ ଏଲ୧ ଗତି କରିବା ସହ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଏଲ୧ ପଏଣ୍ଟରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥିବା ଭାରସାମ୍ୟମୂଳକ ପଏଣ୍ଟରେ ଏହା ଅବସ୍ଥାପିତ ହେବ । ପ୍ରାୟ ୪ ମାସ ପରେ ଏଲ୧ ଅବଜର୍ଭେସନ ପଏଣ୍ଟରେ ପହଞ୍ଚିବ ଯାହାକି ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking