29.1 C
Bhubaneswar
Monday, February 2, 2026
Homeଓଡିଶାଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ

ଯାଜପୁର: ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଅତିରିକ୍ତ ତହସିଲ ଦାର ପ୍ରଦୀପ୍ତ କୁମାର ସେଠୀ। ଯାଜପୁର ବିଂଝାରପୁର ଫତେପୁର ମନେଇ ବାଲିଘାଟକୁ ଯାଉଥିବା ରାସ୍ତାରେ ଥିବା ଘରୋଇ ଜମି ଉପରେ ସରକାରୀ ରାସ୍ତା ଭାବେ ମାପଚୁପ ହୋଇଥିଲା । ଘରୋଇ ଜମି ମାଲିକଙ୍କ ଅଭିଯୋଗ ପରେ ତାଙ୍କୁ ଡିମାର୍କେସନ କେସ କରି ମାପ ଚୁପ୍ କରିବା ନିମନ୍ତେ ୩୦,୦୦୦ ଟଙ୍କା ଲାଂଚ ମାଗିଥିଲେ ଅତିରିକ୍ତ ତହସିଲଦାର । ଟଙ୍କା ନେଲା ବେଳେ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ନିରଞ୍ଜନ ମଲ୍ଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅଲାର ପୁର, ହ୍ୟାଲୋ ଭିଜନ ସ୍ଥିତ ଭଡ଼ା ଘର ନିକଟରେ ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ। ଏଥିସହ ତାଙ୍କ ଭଡା ଘରୁ ଭିଜିଲାନ୍ସ ଟିମ୍ ନଗଦ ଦୁଇ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ତାଙ୍କ ନିଜ ବାସ ଭବନ କେନ୍ଦ୍ରାପଡ଼ା ମହାକାଳ ପଡ଼ା ଦାଧିପୂରରେ ଚଢାଉ କରାଯାଉଥିବା କହିଛନ୍ତି ଭିଜିଲାନ୍ସ ଡିଏସପି । ପ୍ରଦୀପ୍ତ ସେଠୀ ଗତ କିଛି ଦିନ ହେବ ତହସିଲରେ ତହସିଲଦାର ଦାୟିତ୍ଵ ରେ କାର୍ଯ୍ୟ ତୁଲାଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking