31.1 C
Bhubaneswar
Wednesday, February 11, 2026
Homeବଲିଉଡହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା

ହାଇଦ୍ରାବାଦ : ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଅପକମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଫ୍ୟାକଚର୍ ହେଇଥିବା ନେଇ ତାଙ୍କ ଟିମ୍ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଉର୍ବଶୀ ହାଇଦ୍ରାବାଦରେ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଅପକମିଂ ତେଲୁଗୁ ଫିଲ୍ମ ଏନବିକେ ୧୦୯ ରେ କାମ କରୁଛନ୍ତି । ଏହି ଫିଲ୍ମର ଆକ୍ସନ୍ ସିନର ସୁଟିଂ କରିବା ବେଳେ ଉର୍ବଶୀ ଆହତ ହୋଇଥିବା ଜଣାପଡିଛି। ତେବେ ଏନବିକେ ୧୦୯ ର ପୋଷ୍ଟର ଗତମାସ ନନ୍ଦାମୁରୀ ବାଲାକ୍ରିଷ୍ଣାଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଥିଲା। ଫିଲ୍ମରେ ଉର୍ବଶୀ ରୌତେଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଗ୍ରହଣ କରୁଛନ୍ତି। ବାଲାକ୍ରିଷ୍ଣାଙ୍କ ଏହି ଫିଲ୍ମ ଏନବିକେ ୧୦୯ ନଭେମ୍ବର ୨୦୨୩ରୁ ତିଆରି ପାଇଁ ଯୋଜନା ଚାଲିଥିଲା । କୋଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବବି ଦେଓଲ ମଧ୍ୟ ନଜର ଆସିବାକୁ ଯାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking