29.1 C
Bhubaneswar
Thursday, May 8, 2025
Homeମନୋରଞ୍ଜନଗିରଫ ହୋଇପାରନ୍ତି ଅଭିନେତ୍ରୀ ଅକ୍ଷରା ସିଂ ! ଘରେ ନୋଟିସ ଲଗାଇଲା ପୋଲିସ

ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅକ୍ଷରା ସିଂ ! ଘରେ ନୋଟିସ ଲଗାଇଲା ପୋଲିସ

ନୂଆଦିଲ୍ଲୀ : ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ପାଟନା ସ୍ଥିତ ଘରେ ପୋଲିସ ଏକ ନୋଟିସ ଲଗାଇଛି । ନୋଟିସରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ନୋଟିସ ଅନୁଯାୟୀ, ଯଦି ସେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ପୋଲିସ ତାଙ୍କୁ ଗିରଫ କରିପାରେ। ତେବେ କ’ଣ ପାଇଁ ପୋଲିସ ତାଙ୍କୁ ନୋଟିସ କରିଛି, ଆଉ କାହାକିଁ ପୋଲିସ ତାଙ୍କୁ ଗିରଫ କରିବାକୁ ଚାହୁଁଛି, ତାହା ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି ।

ଏହି ମାମଲା ବହୁତ ପୁରୁଣା। ଅକ୍ଷରା ସିଂ ମୁନ୍ନା ଶୁକ୍ଲାଙ୍କ ଘରକୁ ଏକ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ । ଯେଉଁଠାରେ ଫାୟାରିଂ ହୋଇଥିଲା । ୨୦୨୧ରେ ବାହୁବଲୀ ମୁନ୍ନା ଶୁକ୍ଲାଙ୍କ ପୁତୁରା ଅକ୍ଷରାଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ଡାକିଥିଲେ। ଅକ୍ଷରାଙ୍କ ଶୋରେ ସର୍ବସାଧାରଣରେ ଫାୟାରିଂ ହୋଇଥିଲା। ଯାହାର ଭିଡିଓ ଭାଇରଲ ହୋଇଥିଲା। ଏହାପରେ ପୋଲିସ ମୁନ୍ନା ଶୁକ୍ଲାଙ୍କ ସହିତ ପତ୍ନୀ, ଅକ୍ଷରା ସିଂ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ମାମଲା ଦାଏର କରିଥିଲା ।
ଏହି କେସରେ ମୁନ୍ନା ଶୁକ୍ଲା ଏବଂ ଅନ୍ୟମାନଙ୍କୁ ଜାମିନ ମିଳିଯାଇଥିଲା। କିନ୍ତୁ ଅକ୍ଷରାଙ୍କୁ ଜାମିନ ମିଳିନଥିଲା। ଏହି କାରଣ ଯୋଗୁଁ ପୋଲିସ ତାଙ୍କ ଘରେ ନୋଟିସ ଲଗାଇଛି ।

ଏହି ମାମଲାରେ ଲାଲଗଞ୍ଜର ଥାନା ଅଧ୍ୟକ୍ଷ ଅମରେନ୍ଦ୍ର କୁମାର କହିଛନ୍ତି, ଏହି ନୋଟିସ ଗତମାସ ୨୫ ତାରିଖରେ ଲଗାଯାଇଥିଲା। ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ଲାଲଗଞ୍ଜର ଏସଆଇ ପଦରେ ରହିଥିଲେ। ଯଦି ଅକ୍ଷରା ସିଂ କୋର୍ଟରେ ହାଜର ନ ହୁଅନ୍ତି, ତେବେ କୋର୍ଟ ତାଙ୍କ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ତେବେ ଅକ୍ଷରା ଏବେ ମୁମ୍ବାଇରେ ରହୁଛନ୍ତି। ଆଉ ଆବଶ୍ୟକତା ପଡିଲେ ସେଠାକୁ ଏକ ଟିମ୍‌ ପଠାଯିବ। ହେଲେ ଏବେ ଅକ୍ଷରାଙ୍କୁ ଏହି ମାମଲାରେ ମୁସ୍କିଲ ବଢିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking