24.1 C
Bhubaneswar
Monday, May 13, 2024
Homeବଲିଉଡଅଭିନେତା ଶ୍ରେୟଶଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି

ଅଭିନେତା ଶ୍ରେୟଶଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି

ମୁମ୍ବାଇ : ଅଭିନେତା ଶ୍ରେୟଶଙ୍କୁ ଶୁଟିଂ କରିବା ପାଇଁ ମିଳିଲା ଅନୁମତି । ବଲିଉଡ ଅଭିନେତା ଶ୍ରେୟଶ ତଲପଡେଙ୍କୁ ଶୁଟିଂ କରିବା ପାଇଁ ଡାକ୍ତର ଅନୁମତି ପ୍ରଦାନ କରିଛନ୍ତି । ୱେଲକମ ଟୁ ଦି ଜଙ୍ଗଲ ଶୁଟିଂରୁ ଫେରିବା ପରେ ଶ୍ରେୟଶ ଦେହ ଖରାପ ହୋଇଥିଲା । ତାଙ୍କୁ ହାର୍ଟ ଆଟାକ ଆସିଥିବା ଜଣାପଡିଥିଲା । ଏହା ପରେ ତାଙ୍କର ଏଜିଂଓପ୍ଲାଷ୍ଟୋ କରାଯାଇଥିଲା । ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତର ତାଙ୍କୁ ଉପରୋକ୍ତ ଅନୁମତି ପ୍ରଦାନ କରିଛନ୍ତି । ୧୨ ଫେବୃୟାରୀ ପରେ ସେ ଶୁଟିଂ ସେଟରେ ଯୋଗ ଦେବେ । ରିପୋର୍ଟ ମୁତାବକ ଅକ୍ଷୟ କୁମାରଙ୍କ ଡେଟ ମିଳିବା ପରେ ସେ ୱେଲକମ ଟୁ ଦି ଜଙ୍ଗଲ ଶୁଟିଂ ସେଟରେ ଯୋଗ ଦେବେ ।ଏହା ପୂର୍ବରୁ ଫେବୃୟାରୀ ୨୭ରୁ ସେ ନୟାଦୌରର ଶୁଟିଂ ଆରମ୍ଭ କରିବେ । ଶ୍ରେୟଶ ଏଥିରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅନନ୍ତ କୁମାର ଗୁପ୍ତାଙ୍କ ଏହି ଫିଲ୍ମରେ ଅନ୍ନୁ କାପୁର ଓ ପ୍ରଣବ ବତ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ରବୀନ୍ଦ୍ର ରାମ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking