29.1 C
Bhubaneswar
Saturday, September 21, 2024
Homeବଲିଉଡଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲି ଖାନ

ଆଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲି ଖାନ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ନେଇ ଆସିଲା ଏକ ବଡ ଖବର । ତାଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଛି । ଯାହାଫଳରେ,ସୈଫଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି । ତେବେ ସୈଫ କିପରି ଆହତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ହସ୍ପିଟାଲରେ ପତ୍ନୀ କରୀନା କପୁର ଖାନ ସୈଫଙ୍କ ସହ ଉପସ୍ଥିତ ଥିବା ନଜର ଆସିଛନ୍ତି ।ବର୍ତ୍ତମାନ ସୈଫ ଅଲି ଖାନ ଦକ୍ଷିଣ ଫିଲ୍ମ ‘ଦେବାରା’ ରେ କାମ କରୁଛନ୍ତି । ଏଥିରେ ସେ ବହିରା ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର ନଜର ଆସିବେ । ଏଥିରେ ଜାନଭୀ କପୁର ମଧ୍ୟ ଅଛନ୍ତି । ଫିଲ୍ମ ଟିରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ର ସୁଟିଂ ସମୟରେ ସୈଫ ଅଲି ଖାନ ଆହତ ହୋଇଥିବା ସନ୍ଦେହ କରାଯାଉଛି ।ହେଲେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଏସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ଉଭୟ ସୈଫ ଓ କରୀନା କୌଣସି ପୋଷ୍ଟ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking