19.1 C
Bhubaneswar
Friday, November 22, 2024
Homeଓଡିଶାପାର୍ବଣରେ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ

ପାର୍ବଣରେ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପାର୍ବଣରେ ବଳପୂର୍ବକ ଚାନ୍ଦା ମାଗିବେନାହିଁ, ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । କଟକ ସହରରେ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିଛି କମିଶନରେଟ ପୋଲିସ । ଯଦି କେହି ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୋଲିସକୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି ।

ପୂଜା ନାଁରେ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଦଫା ଲଗାଇ ମାମଲା ରୁଜୁ କର । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ରାଜ୍ୟ ପୁଲିସ୍ ମୁଖ୍ୟାଳୟରୁ ସମସ୍ତ ଜିଲ୍ଲାର ଏସ୍ପି, କମିସନରେଟ୍ ପୁଲିସର ଡିସିପି, ବିଭିନ୍ନ ରେଞ୍ଜର ଆଇଜି ମାନଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଚାନ୍ଦା ଆଦାୟରେ ସଂପୃକ୍ତ ଥିବା ଲୋକଙ୍କ ସଂପର୍କରେ ଆଗୁଆ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଏହି ନିର୍ଦ୍ଦେଶନାମାରେ ସୂଚାଇ ଦିଆଯାଇଛି ।

ରାଜ୍ୟ ପୁଲିସର ଅତିରିକ୍ତ ଡିଜି (ଆଇନଶୃଙ୍ଖଳା)ଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଗଣେଶ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ପରକୁ ପର ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି । ଏହି ସବୁ ପୂଜା ଆୟୋଜନ ନାମରେ ଅନେକ ଅସାମାଜିକ ଲୋକ, ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟ, ରାଜ୍ୟ ଓ ଜାତୀୟ ରାଜପଥରେ ବସ୍ ଆଉ ବିଭିନ୍ନ ଗାଡ଼ି ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି । ଏହା ଦ୍ୱାରା ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking