27.1 C
Bhubaneswar
Thursday, June 12, 2025
Homeଓଡିଶାଗଛକୁ ପିଟିଲା କାର୍‌; ଚାଲିଗଲା ୩ ଜଣଙ୍କ ଜୀବନ

ଗଛକୁ ପିଟିଲା କାର୍‌; ଚାଲିଗଲା ୩ ଜଣଙ୍କ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ଏକ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସିନୀ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା ଓ ସୋନପୁର ଗ୍ରାମର ହୋଇଥିବା ବେଳେ ଜଣେ ଝରିଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମର ବୋଲି ଜଣାପଡିଛି। ଏମାନେ ଏକ ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking