29.1 C
Bhubaneswar
Saturday, May 31, 2025
Homeଓଡିଶାସିରିଜ୍ ଦୁର୍ଘଟଣା: ୫ ଜଣଙ୍କ ମୃତ୍ୟୁ

ସିରିଜ୍ ଦୁର୍ଘଟଣା: ୫ ଜଣଙ୍କ ମୃତ୍ୟୁ

କେନ୍ଦୁଝର: ଦ୍ରୁତଗତି ମହାବିପତ୍ତି। ଏକଥା ସମସ୍ତେ ଜାଣି ଥିଲେ ବି ଲକ୍ଷ୍ୟ ସ୍ଥଳକୁ ଶୀଘ୍ର ପହଞ୍ଚିବା ପାଇଁ ଦ୍ରୁତଗତିରେ ଗାଡ଼ି ଚଳାଇଥାନ୍ତି। କିନ୍ତୁ ସମୟ ସବୁବ‌େଳେ ସମନ୍ତରାଳ ଭାବେ ଗତି କରେ ନାହିଁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିରିଜ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ମିଳି ନାହିଁ।

ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଦୁର୍ଘଟଣା ଘଟିଛି। ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ‌ହୋଇଛି। ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking