29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ଜଣଙ୍କର ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ଜଣଙ୍କର ମୃତ୍ୟୁ

ଗାଜିଆବାଦ: ମୁରାଦନଗର ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଛରୁ ଆସୁଥିବା ଏକ ଟ୍ରକ୍ ପାର୍କିଂ କ୍ୟାଣ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଆଇସର କ୍ୟାଣ୍ଟର ଗଣୁର ହରିୟାଣା ଭଟ୍ଟରୁ ଉତ୍ତରପ୍ରଦେଶର ହର୍ଦ୍ଦୋଇକୁ ଯାଉଥିଲା। ଏହି ଗାଡିରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୩୭ ଜଣ ଲୋକ ଯାତ୍ରା କରୁଥିଲେ। ପେରିଫେରାଲ୍ ଏକ୍ସପ୍ରେସୱେ ପାର୍ଶ୍ୱରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ବାମ ପାର୍ଶ୍ୱରେ କ୍ୟାଣ୍ଟର ପାର୍କିଂ କରିଥିଲା। ବାଗପତ ପାର୍ଶ୍ୱରୁ ଟ୍ରକ୍ ଆଗରେ ପାର୍କିଂ ହୋଇଥିବା ଆଇଚର୍ କ୍ୟାଣ୍ଟରକୁ ଧକ୍କା ଦେଇଥିଲା। କ୍ୟାଣ୍ଟରରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ଘଟିଥିଲା। ଖବର ପାଇ ପୁଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପୖଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking