ଟିକାବାଲି : ଭୁବନେଶ୍ୱରରୁ କନ୍ଧମାଳ ଟିକାବାଲି ନିଜ ଘରକୁ ଫେରୁଥିବା ବେଳେ ନୟାଗଡ଼ ଜିଲ୍ଲା ମହୀପୁର ନିକଟରେ ଏକ ବୋଲେରୋ ସହିତ କାର୍ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ଭୋଇସାହିର ସିଦ୍ଧାର୍ଥ ଶଙ୍କର ଭୋଇ (ପପୁ-୩୪) ଏବଂ ଗଞ୍ଜୁଗୁଡ଼ା ସଦର ଥାନା ଅନ୍ତର୍ଗତ ଗୁମାଗାଡ଼ ନିକଟସ୍ଥ ଡାଙ୍ଗୁଲୁ ଗ୍ରାମର ଧର୍ମେନ୍ଦ୍ର ବେହେରା (ବାବୁ-୩୫) । ସୂଚନା ଅନୁସାରେ ସିଦ୍ଧାର୍ଥଙ୍କ ବାପା ସୁଜିତ ଭୋଇ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ସାଙ୍ଗ ବାପାଙ୍କୁ ଦେଖିବାକୁ ଯାଇ ରବିବାର ରାତିରେ କାର ଯୋଗେ ଫେରୁଥିବା ବେଳେ ଜାତୀୟ ରାଜପଥ ନୟାଗଡ଼ ଜିଲ୍ଲା ମହୀପୁର ନିକଟରେ ଏକ ପରିବା ବୋଝେଇ ବୋଲେରୋ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ନିକଟସ୍ଥ ପୁଲିସ ଶବ ବ୍ୟବଚ୍ଛେଦ କରାଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ।