36.1 C
Bhubaneswar
Sunday, May 19, 2024
Homeଓଡିଶାଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର

ଗଛରେ ଧକ୍କା ହୋଇ ଜଳିଗଲା ବୋଲେରୋ, ଜଣେ ମୃତ ୩ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କର୍ଲାଖମନ ନିକଟ ଡୁମେରମୁଣ୍ଡା ଛକ ନିକଟରେ ଗତକାଲି ରାତି ଏକ ବେଲେରୋ ଗଛରେ ପିଟି ହୋଇ ଜଳିଯାଇଛି । ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଗଡ଼ପୋଷ ଅଞ୍ଚଳର ସୁରେଶ ଲୁଗୁନ (୩୫) ବୋଲି ଜଣାପଡ଼ିଛି । ଗୁରୁତର ସେହି ଅଞ୍ଚଳର ସୁନେ ଲୁଗୁନ (୨୦), ପ୍ରମୋଦ ଏକ୍କା (୨୨) ଓ ନବୀନ ଲୁଗୁନ (୨୫) । ଗୁରୁତରଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଛରେ ବେଲେରୋ ପିଟି ହେବା ପରେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ମାରିଥିବା ଚର୍ଚ୍ଚା ହେଉଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଗଡ଼ପୋଷ ଅଞ୍ଚଳର ଡେଟାପଡ଼ା ଓ ପରମାଣପୁରର ଯୁବକମାନେ ବେଲେରୋ (ଓଡି ୧୪ଜେଡ୍ ୧୦୬୨) ଯୋଗେ ସିମଡେଗାକୁ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ୪୫ ମିନିଟରେ ବେଲେରୋ ଭାରସାମ୍ୟ ହରାଇ ଡୁମେରମୁଣ୍ଡା ଛକ ନିକଟ ଏକ ଗଛରେ ପିଟି ହୋଇଥିଲା । ଏଥିରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର୍ ଫେରାର ମାରିଥିବା ବେଳେ ୩ ଜଣ ଯୁବକ ଗାଡ଼ିରୁ ନିଜେ ବାହାରି ପଡ଼ିଥିଲେ । ଗାଡ଼ି ଭିତରେ ସୁରେଶ ଫଶି ରହି ଯାଇଥିଲେ । ହୁତୁହୁତୁ ହୋଇ ଗାଡ଼ି ଜଳିଯିବାରୁ ସୁରେଶ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗାଡ଼ିରୁ ବାହାରି ପଡ଼ିଥିବା ଗୁରୁତର ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଡ଼ପୋଷ ଡାକ୍ତରଖାନା ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking