26.1 C
Bhubaneswar
Thursday, September 19, 2024
Homeଓଡିଶାବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଳା ପତୋରା ମୁଖ୍ୟ ରାସ୍ତାର ଭେରା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣକ ହେଲେ ଧରମବନ୍ଧା ଗାଁର ଟୁକେଶ୍ୱର ଦଣ୍ଡସେନା ବୋଲି ଜଣାପଡିଛି । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ପରେ ଖବରପାଇ ନୂଆପଡା ତହସିଲଦାର ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଅପରପକ୍ଷେ,ଧରମବନ୍ଧା ପୋଲିସ ଦୁର୍ଘଟଣା ଘଟେଇଥିବା ବୋଲେରୋ ଗାଡିକୁ ଜବତ କରିବା ସହ ଡ୍ରଇଭରକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking