26.1 C
Bhubaneswar
Tuesday, March 18, 2025
Homeଓଡିଶା“ଅବୁଝା ଏ ମନ” ପୁସ୍ତକ ଉନ୍ମୋଚିତ

“ଅବୁଝା ଏ ମନ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବ୍ଲାକ୍ ଈଗଲ୍ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଅନାମିକା ଦାସଙ୍କ “ଅବୁଝା ଏ ମନ” ପୁସ୍ତକ ଆଜି ରାଜ୍ୟ ସ୍କାଉଟ ଗାଇଡ୍ ପରିସରରେ ବହୁ ଆଡମ୍ବରରେ ଉନ୍ମୋଚିତ ହୋଇଛି । ପୁସ୍ତକ ଉନ୍ମୋଚନ କରି ବିଶିଷ୍ଟ ଭାଷାବିଦ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଅନାମିକାଙ୍କ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ ପ୍ରଶଂସନୀୟ । କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସଦସ୍ୟ ତଥା ସଦସ୍ୟ, ରାଜ୍ୟ ଯୋଜନା ବୋର୍ଡ ଡଃ. ପ୍ରସନ୍ନ ପାଟ୍ଟଶାଣୀ, ମାନ୍ୟବର ବିଧାୟକ ତଥା ସମ୍ପାଦକ, ଦୈନିକ ଖବର କାଗଜ “ସମ୍ବାଦ” ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଅନାମିକାଙ୍କ କାହାଣୀ ଉପରେ ଆଲୋଚନା କରିଥିଲେ ।

ଏହି ସାରସ୍ୱତ ଆସରରେ ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀ ନିରଞ୍ଜନ ରଥ, ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଡଃ କାଳିପ୍ରସାଦ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ “ପ୍ରଗତିବାଦୀ” ଶ୍ରୀ ବିରୁପାକ୍ଷ ତ୍ରିପାଠୀ, ବୋର୍ଡ ସଦସ୍ୟ, ଅମନାୟା କର୍ପୋରେସନ, ୟୁ.ଏସ. ଏବଂ ପୂର୍ବତନ ଅଧ୍ୟକ୍ଷ, ଟାଟା ଷ୍ଟିଲ୍‌, କଳିଙ୍ଗନଗର ଶ୍ରୀ ପାର୍ଥସାରଥୀ ମିଶ୍ର ଏବଂ ସମ୍ପାଦିକା, ଓଡିଶା ଲେଖିକା ସଂସଦ ଡଃ ଶକୁନ୍ତଳା ବଳିଆରସିଂଙ୍କ ସମେତ ଅନେକ ଲେଖକ ଯୋଗଦାନ କରି ତାଙ୍କ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟବ୍ୟସ୍ତତା ଯୋଗୁ ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ଅଧ୍ୟକ୍ଷା ମହିଳା କମିଶନର ଡଃ. (ଶ୍ରୀମତୀ) ମିନତୀ ବେହେରା, ନିର୍ଦ୍ଦେଶକ, ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌, ନୂଆଦିଲ୍ଲୀ ଶ୍ରୀ ରାଜକୁମାର କୌଶିକ୍‌, ଯୁଗ୍ମନିର୍ଦ୍ଦେଶିକା (ଗାଇଡ୍‌) ଶ୍ରୀମତୀ ଦର୍ଶନା ପାୱାସକର, ରାଜ୍ୟ ସ୍କାଉଟ ଗାଇଡ୍‌ର ପୂର୍ବତନ ତାଲିମ କମିଶନର (ସ୍କାଉଟ) ଶ୍ରୀ ଲଳିତ ମୋହନ ପଟ୍ଟନାୟକ, ଶ୍ରୀ ସୁବାସ ଚନ୍ଦ୍ର ପଟ୍ଟନାୟକ, ଅନିତା ଦାସ ଏବଂ ରେଞ୍ଜରଲିଡର, କନିଶି ମହାବିଦ୍ୟାଳୟ, ଗଞ୍ଜାମ ଶ୍ରୀମତୀ ମୋନାଲିସା ଦାସ ଯୋଗଦେଇନପାରି ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ୨୦ ଗୋଟି ଗଳ୍ପ ଏହି ପୁସ୍ତକରେ ସ୍ଥାନିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking