32.1 C
Bhubaneswar
Friday, September 20, 2024
Homeଖେଳପାରା ବ୍ୟାଡ୍‌ମିଣ୍ଟନ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ପାଇଁ ଆରତୀଙ୍କ ଯୋଗ୍ୟତା

ପାରା ବ୍ୟାଡ୍‌ମିଣ୍ଟନ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ପାଇଁ ଆରତୀଙ୍କ ଯୋଗ୍ୟତା

ନୂଆଦିଲ୍ଲୀ: ଉଦୀୟମାନ ଭାରତୀୟ ଶଟ୍‌ଲର୍ ଆରତୀ ପାଟିଲ୍ ଥାଇଲାଣ୍ଡର ପଟ୍ଟାୟାରେ ଫେବୃଆରୀ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ୨୦୨୪ ପାଇଁ ସ୍ଥାନ ପକ୍କା କରିଛନ୍ତି । ପୁନିତ୍ ବାଲାନ୍ ଗ୍ରୁପ୍ (ପିବିଜି) ଦ୍ୱାରା ସହାୟତାପ୍ରାପ୍ତ ଆରତୀ ବର୍ତ୍ତମାନ ମହିଳା ସିଙ୍ଗଲ୍ସ ଏସ୍‌ୟୁ୫ର ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ର ୧୩ ର‌୍ୟାଙ୍କ୍‌ରେ ଅଛନ୍ତି ।

ଖେଲୋ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ବିଜେତା ୨୩ ବର୍ଷୀୟା ଆରତୀ ୨୦୧୭ ଏସିଆନ୍ ଯୁବ ପାରା ଗେମ୍ସ ମିକ୍ସଡ୍ ଡବଲ୍ସରେ ରୌପ୍ୟ ପଦକ ଜିତିଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ପାରା-ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସରେ ତାଙ୍କ ନାମରେ ୭ ବ୍ରୋଞ୍ଜ୍ ପଦକ ରହିଛି । ଆରତୀ ୨୦୧୯ ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡ୍‌ମିଣ୍ଟନ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ମଧ୍ୟ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking