32.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶମଣିଷ ଦେହରେ ପ୍ରଥମ ଥର ପାଇଁ ଏ୫ ବାର୍ଡ ଫ୍ଲୁ ଠାବ: ସଂକ୍ରମିତ ବ୍ୟକ୍ତି ଜଣକ...

ମଣିଷ ଦେହରେ ପ୍ରଥମ ଥର ପାଇଁ ଏ୫ ବାର୍ଡ ଫ୍ଲୁ ଠାବ: ସଂକ୍ରମିତ ବ୍ୟକ୍ତି ଜଣକ ଆମେରିକାର

ନୂଆଦିଲ୍ଲୀ: ମଣିଷମାନଙ୍କରେ ପ୍ରଥମ ଥର ପାଇଁ ଐ୫ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଏହି ମାମଲା ଆମେରିକାର କଲୋରଡୋରେ ଥିବା ଏକ କାରାଗାରରୁ ଚିହ୍ନଟ ହୋଇଛି । ଯେଉଁଠାରେ ଜଣେ କଏଦୀଙ୍କଠାରେ ଏହି ବାର୍ଡ-ଫ୍ଲୁ ନିଶ୍ଚିତ ହୋଇଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏହି ସୂଚନା ଦେଇଛି। କଲରାଡୋ ଜେଲରେ ଥିବା ଜଣେ ଅନ୍ତେବାସୀଙ୍କୁ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଏ (ଏଚ୍‌-୫) ଜୀବାଣୁ ସଂକ୍ରମିତ ହୋଇଥିବା ସିଡିସି ରିପୋର୍ଟ କରିଛି। ୨୦୨୦ ପରେ ଆମେରିକାରେ ଏଭିଆନ୍ ଫ୍ଲୁ ସଂକ୍ରମଣର ଏହା ପ୍ରଥମ ଘଟଣା । ସମ୍ପୃକ୍ତ ସଂକ୍ରମଣ ବ୍ୟକ୍ତି କୁକୁଡ଼ା ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ଦେହରେ ଉପରୋକ୍ତ ଇନ୍‌ଫ୍ଲୁଏନ୍‌ଜା ଠାବ ହୋଇଥିବା ଜଣାପଡ଼ିଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି ବ୍ୟକ୍ତି କୁକୁଡ଼ାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିଲେ। ସେ ଏଚ୍‌୫ଏନ୍‌୧ ବାର୍ଡ ଫ୍ଲୁରେ ସଂକ୍ରମିତ ଜକୁକୁଡ଼ାଙ୍କୁ ହତ୍ୟା କରୁଥିଲେ । ହଠାତ୍ ସେ ଅସୁସ୍ଥ ହୋଇଗଲେ। ଯେତେବେଳେ ସେ ଅସୁସ୍ଥ ହେଲେ, ତାଙ୍କୁ ଏଚ୍‌୫ଏନ୍‌୧ ବାର୍ଡ ଫ୍ଲୁ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ଏପ୍ରିଲ୍ ୨୭ ରେ ତାଙ୍କ ନାକରୁ ସିଡିସି ନମୁନା ସଂଗ୍ରହ କରିଥିବା ବେଳେ ଉପରୋକ୍ତ ଇନ୍‌ଫ୍ଲୁଏନ୍‌ଜା ଠାବ ହୋଇଥିଲା । ତେବେ ଏଜେନ୍ସି ଏହି ଜୀବାଣୁର ଉପ ପ୍ରକାର ନିର୍ଦ୍ଦିଷ୍ଟ କରି ନାହିଁ। ବର୍ତ୍ତମାନ, ସେହି ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ଏବଂ ଫ୍ଲୁ ଆଣ୍ଟିଭାଇରାଲ୍ ଓସେଲ୍ଟାମିଭିର ସହିତ ଚିକିତ୍ସା କରାଯାଉଛି । କଲରାଡୋ ଜନସ୍ୱାସ୍ଥ୍ୟ ବିଭାଗର ଏପିଡେମୋଲୋଜିଷ୍ଟ ରାହୁଲ ହର୍ଲିହୀ କହିଛନ୍ତି ଯେ ଆମେ କଲୋରଡୋର ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛୁ ଯେ ସ୍ୱାଇନ୍ ଫ୍ଲୁରେ ସେମାନେ କମ୍ ବିପଦରେ ଅଛନ୍ତି। ରାହୁଲ କହିଛନ୍ତି ଯେ ଏହି ଭାଇରସ ଉପରେ ନଜର ରଖିବା ଏବଂ ସମସ୍ତ କଲରାଡୋ ନାଗରିକଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ସିଡିସି, ସଂଶୋଧନ ବିଭାଗ ଏବଂ କୃଷି ବିଭାଗକୁ ମୁଁ ସହଯୋଗ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି।
ଆଭିଆନ୍ ଇନ୍‌ଫ୍ଲୁଏନ୍‌ଜା ମୁଖ୍ୟତଃ ବନ୍ୟପକ୍ଷୀ ଏବଂ କୁକୁଡ଼ାମାନଙ୍କଠାରେ ଦେଖାଯାଏ । ଏହା ମନୁଷ୍ୟମାନଙ୍କଠାରେ ଦେଖାଯିବା ବହୁତ କମ୍ । ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ ୧୯୯୭ ଏବଂ ୨୦୧୩ ରେ ମିଳିଥିବା ବାର୍ଡ ଫ୍ଲୁ ଏଚ୍‌୫ ଏନ୍‌୧ ଏବଂ ଏଚ୍‌୭ ଏନ୍ ୯ ଷ୍ଟ୍ରେନ୍ ଲକ୍ଷଣ ମଣିଷ ଦେହରେ ସ୍ୱାଇନ୍ ଫ୍ଲୁ ପାଇଁ ଦାୟୀ । ଡବ୍ଲୁଏଚ୍‌ଓର ସୂଚନାନୁଯାୟୀ, ଏହି ସ୍ୱାଇନ୍ ଫ୍ଲୁ ସଂକ୍ରମିତ ପ୍ରାଣୀ କିମ୍ବା ପ୍ରଦୂଷିତ ପରିବେଶରେ ମନୁଷ୍ୟକୁ ସଂକ୍ରମିତ ହୁଏ । କିନ୍ତୁ ଏହି ଜୀବାଣୁ ମଣିଷଙ୍କ ନିକଟରେ ବିସ୍ତାର ହେବାର ସମ୍ଭାବନା କମ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking