37.1 C
Bhubaneswar
Friday, May 17, 2024
Homeଓଡିଶାମହାନଦୀରେ ଡଙ୍ଗାରୁ ବୁଡ଼ି ଯୁବକ ନିଖୋଜ

ମହାନଦୀରେ ଡଙ୍ଗାରୁ ବୁଡ଼ି ଯୁବକ ନିଖୋଜ

କଟକ : କଟକ ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁ ନିକଟରେ ମହାନଦୀରେ ଘଟିଛି ଅଭାବନୀୟ ଘଟଣା। ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର। ସୂଚନା ଅନୁଯାୟୀ, ସେ ଗୋପାଳପୁର ସ୍ଥିତ ତାଙ୍କର ଜଣେ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ। ଆଜି ସେ କିଛି ସାଙ୍ଗଙ୍କ ସହିତ ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଜଣେ ଡଙ୍ଗାରୁ ଖସିପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ବେଳେ ହୁଲି ଡଙ୍ଗାଟି ବୁଡ଼ି ଯାଇଥିଲା। ତେବେ ଡଙ୍ଗାଟି ବୁଡ଼ିବା ପରେ ଅନ୍ୟମାନେ ପହଁରି କୂଳକୁ ଫେରିଆସିଥିବା ବେଳେ ସପ୍ତଶଯ୍ୟା ଅଞ୍ଚଳର ସେଇ ଯୁବକ ଜଣଙ୍କ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking