29.4 C
Bhubaneswar
Saturday, May 4, 2024
Homeଅପରାଧଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା, ଜଣେ ଗୁରୁତର

ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା, ଜଣେ ଗୁରୁତର

କେନ୍ଦ୍ରାପଡ଼ା: ଭୋଜି ଖାଇବାକୁ ଯାଇ ଘରକୁ ଫେରୁଥିବା ସମୟରେ କିଛି ଯୁବକ ମାନେ ସହିରା ଗ୍ରାମର ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ଜୀବନରୁ ମାରି ଦେଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଆହତ କରି ଦେଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଳି ଥାନା ଅନ୍ତର୍ଗତ ସହିରା ଗ୍ରାମରେ । ଆଳି ଥାନାରେ ଗ୍ରାମର ମନୋରଞ୍ଜନ ପାତ୍ର ଦେଇଥିବା ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ରାତିରେ ତାଙ୍କ ପୁରୁରା ଅମିତ ପାତ୍ର ଓ ଅମିତର ଶଳା ସଞ୍ଜୟ ଦୁହେଁ ଗ୍ରାମ ନିକଟସ୍ଥ ଦହିଅଣ୍ଟା ଗ୍ରାମକୁ ଭାଗବତ ସପ୍ତାହ ଭୋଜିକୁ ଯାଇଥିଲେ । ଅମିତ ଓ ସଞ୍ଜୟ ଦୁହେଁ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଦହିଅଣ୍ଟା ଛକରେ ରଶ୍ମିରଞ୍ଜନ ରାଉଳ, ମନୋରଞ୍ଜନ ରାଉଳ ଦେବାଶିଷ ଦାଶ ଠିଆ ହୋଇଥିଲେ ।

ଏହି ସମୟରେ କୌଣସି କଥାକୁ ନେଇ ଅମିତ ଓ ରଶ୍ମିରଞ୍ଜନଙ୍କ ମଧ୍ୟରେ ବଚସା ହେବା ପରେ ରଶ୍ମି ରଞ୍ଜନ ପାଖରେ ରଖିଥିବା ଭୁଜାଲିରେ ଅମିତଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଅମିତଙ୍କୁ ଆକ୍ରମଣ ହେବା ଦେଖି ସଞ୍ଜୟ ତାଙ୍କୁ ବଞ୍ଚାଇବାକୁ ଆସି ଭୁଜାଲି ଚୋଟରେ ଗୁରୁତର ହୋଇଥିଲେ । ଏହି ଖବରପାଇ ପରିବାର ଲୋକ ଉଭୟଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ ନେଇ ଯାଇଥିଲେ । ମେଡିକାଲରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରିଥିବା ବେଳେ ସଞ୍ଜୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ ।

ଏହି ଘଟଣା ପରେ ମନୋରଞ୍ଜନ ଆଳି ଥାନାରେ ୩ ଜଣଙ୍କ ନାମରେ ଏତଲା ଦେବା ସହିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥି ସହିତ ଏତଲାରେ ଦର୍ଶାଇଛନ୍ତି ଯେ ପୂର୍ବରୁ ଅନେକ ଥର ରଶ୍ମି ଅମିତଙ୍କୁ ଧମକ ଚମକ ଦେବା ସହିତ ଲୋକମାନଙ୍କୁ ଭୁଜାଲି ଦେଖାଇ ଧମକ ଚମକ ଦେଖାଇବା ସହିତ ଦାଦାଗିରି ଚଳାଇଥିଲେ । ଏନେଇ ସେମାନେ ସରପଞ୍ଚଙ୍କୁ ଜଣାଇଥିବା ବେଳେ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ଯାହାଫଳରେ ଆଜି ସେହି ଯୁବକ ଅମିତଙ୍କୁ ଜୀବନରୁ ମାରିଦେଇଛି ।

ଆଳି ପୁଲିସ ଏହି ଅଭିଯୋଗ ପାଇବା ପରେ ଆଳି ଥାନା ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହିତ ଜଣକୁ ଅଟକ ରଖି ପଚରାଉଚୁରା ଜାରି ରହିଥିବା ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରା ସୂଚନା ଦେଇଛନ୍ତି । ଅପର ପକ୍ଷରେ ଅମିତ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏକ ନିର୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ବେଳେ ସେହି ଦଳର ପ୍ରାର୍ଥୀ ହାରି ଯାଇଥିଲେ । ସେହିଦିନଠାରୁ ଅମିତଙ୍କୁ ବିଭିନ୍ନ ସମୟରେ ରଶ୍ମି ଗାଳିଗୁଲଜ କରୁଥିବା ଦେଖିବାକୁ ମିଳେ । ଗତ ରାତିରେ ଅମିତଙ୍କୁ ରଶ୍ମି ଭୁଜାଲିରେ ଆକ୍ରମଣ କରି ମାରିଦେବା ଘଟଣା ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking